୩୦ ତାରିଖରେ ସମୀରଙ୍କ ବଡ ଘୋଷଣା

୩୦ ତାରିଖରେ ସମୀରଙ୍କ ବଡ ଘୋଷଣା

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ହେଉଛନ୍ତି ନିମାପଡାର ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ । ନିମାପଡାରେ ତିନି ତିନି ଥର ବିଧାୟକ ରହିବା ସହିତ ମନ୍ତ୍ରୀ ପଦରେ ସ୍ଥାନିତ ଥିଲେ ସମୀର । କିନ୍ତୁ ଚଳିତ ବର୍ଷ ବିଜେଡି ତାଙ୍କ ଉପରୁ ଭରସା ଉଠାଇ ନିମାପଡାରୁ ସମୀରଙ୍କ ଟିକେଟ୍ କାଟିଛି । ଆଉ ସମୀରଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ସମୀର ଅସନ୍ତୋଷର ନିଆଁରେ କୁହୁଳିଥିବା ବେଳେ ସମୀରଙ୍କ ସମର୍ଥକମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ଏପରିକି ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କଲେ ମଧ୍ୟ ବିଜେଡି ତାର ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିନି । ନିମାପଡା ପାଇଁ ପ୍ରାର୍ଥୀ ଘୋଷଣା ହେବାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ଜିଦ୍ ରେ ଅଟଳ ଅଛନ୍ତି ସମୀର । ବୈଠକ ଉପରେ ବୈଠକ କରି ନିମାପଡାରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ବିଜେଡି ଉପରେ ଚାପ ପକାଉଛନ୍ତି । ଆଉ ଏବେ ଏହା ଶୀର୍ଷରେ ପହଁଞ୍ଚିଛି । କାରଣ ସମୀରଙ୍କ ସମର୍ଥକମାନେ ଏବେ ବିଜେଡିକୁ ଖୁଲମଖୁଲା ଚେତାବନୀ ଦେଇଛନ୍ତି । ଆସନ୍ତା ୩୦ ତାରିଖ ସୁଦ୍ଧା ଯଦି ଟିକେଟର ପୁନଃବିଚାର ନକରାଯାଏ ତେବେ ସମୂହ ବିଜେଡିରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଏହା ସହ ସମୀର ବିଜେଡିରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥୀ ହୋଇ ମୈଦାନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଆଉ ଏହାକୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି ସମୀର । ତେବେ ଟିକେଟ କଟିବା ପରେ ରାଗରେ ଜର୍ଜରିତ ଥିବା ସମୀର ଆସନ୍ତା ୩୦ ତାରିଖରେ ବିଜେଡି ବିରୋଧରେ ବା ବିଜେଡି ସପକ୍ଷରେ ଏକ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *