ଆହୁରି ବଢିବ ତାପମାତ୍ରା; ଦୁଇ ଦିନରେ ୪୬ ଡିଗ୍ରୀ ଛୁଇଁବା ସମ୍ଭାବନା

ଆହୁରି ବଢିବ ତାପମାତ୍ରା; ଦୁଇ ଦିନରେ ୪୬ ଡିଗ୍ରୀ ଛୁଇଁବା ସମ୍ଭାବନା

ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସ୍ତବ୍ୟସ୍ତ କରୁଛି । ପ୍ରଚଣ୍ଡ ଖରା ସାଙ୍ଗକୁ ଭୀଷଣ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ । ଦିନ ସହ ରାତିରେ ମଧ୍ୟ ଅସମ୍ଭାଳ ହେଉଛି ତାତି । ସକାଳ ସାଢେ ୮ଟାରୁ ଆକାଶରୁ ନିଆଁ ବର୍ଷା ହେଲାପରି ମନେ ହେଉଛି । ଏହାରି ମଧ୍ୟରେ ଚଳିତ ବର୍ଷ ଏପ୍ରିଲ ମାସରେ ତାତି ରେକର୍ଡ ଭାଙ୍ଗିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଗତ ୨୪ ଘଣ୍ଟାରେ କଟକ ଏବଂ ଭୁବନେଶ୍ୱର ସମେତ ରାଜ୍ୟର ୩୦ରୁ ଉର୍ଦ୍ଧ୍ୱ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଏବଂ ଆଗକୁ ଏହା ଆହୁରି ବୃଦ୍ଧି ହେବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *