ଖୁବଶୀଘ୍ର ଆରମ୍ଭ ହେବ ବନ୍ଦେ ମେଟ୍ରୋ

ଖୁବଶୀଘ୍ର ଆରମ୍ଭ ହେବ ବନ୍ଦେ ମେଟ୍ରୋ

ଖୁବଶୀଘ୍ର ଦେଶରେ ଆରମ୍ଭ ହେବ ବନ୍ଦେ ମେଟ୍ରୋ ଯୋଜନା । ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନକୁ ସଫଳତା ମିଳିବା ପରେ ଏବେ ଦେଶରେ ବନ୍ଦେ ମେଟ୍ରୋ ଗଡିବ ବୋଲି ସୂଚନା ମିଳିଛି । ୨୦୨୪ ଜୁଲାଇ ମାସ ସୁଦ୍ଧା ଏହାର ଟ୍ରାଏଲ ରନ୍ ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଖୁବୁଶୀଘ୍ର ମେଟ୍ରୋ ସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ମେଟ୍ରୋ ସେବା ଆରମ୍ଭ ହେବା ଦ୍ୱାରା ଖୁବ କମ ସମୟରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିପାରିବେ । ମେଟ୍ରୋରେ ସ୍ୱୟଂଚାଳିତ କବାଟ, ଶୀତତାପ ନିୟନ୍ତ୍ରଣ, ଉଚ୍ଚ ଆରାମ ସାଙ୍ଗକୁ ଏଥିରେ ଅନେକ ଫିଚର୍ସ ମିଳିବ ଯାହା ବର୍ତ୍ତମାନ ଚାଲୁଥିବା ମେଟ୍ରୋ ଟ୍ରେନରେ ଉପଲବ୍ଧ ନାହିଁ । ଏହାର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ରହିବ । ଏହି ଟ୍ରେନରେ ୧୨ଟି କୋଚ୍ ରହିବ । ସର୍ବାଧିକ ୧୬ଟି କୋଚ୍ ରହିପାରିବ ।

author

Related Articles

Leave a Reply

Your email address will not be published. Required fields are marked *