କିଏ ସାଜିବ ଖୋର୍ଦ୍ଧା ଗଡର ରାଜା ?

କିଏ ସାଜିବ ଖୋର୍ଦ୍ଧା ଗଡର ରାଜା ?

ଚର୍ଚ୍ଚାର ଅନ୍ତ ଘଟିଲା ଏବଂ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ମିଳିଲା । ବିଜେଡିରୁ ତଡା ଖାଇ ବିଜେପିର ସୁନା ମୁଣ୍ଡା ସାଜିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଖୋର୍ଦ୍ଧାରୁ ପ୍ରାର୍ଥୀ କରାଇଛି । ସେ ବିଜେପିରେ ମିଶିବା ପରେ ତାଙ୍କୁ ନେଇ ଅନେକ ଆଲୋଚନା ସମାଲୋଚନା ଚାଲିଥଲା ଅନ୍ୟପଟେ ଖୋର୍ଦ୍ଧା ଗଡକୁ ଫେରିଛନ୍ତି ବିଜେଡି ନେତା ରାଜେନ୍ଦ୍ର ଦାସ । 19 ନିର୍ବାଚନରେ ନବୀନ ବାବୁ ତାଙ୍କୁ ବେଗୁନିଆ ଆସନରୁ ଟିକେଟ ଦେଇଥିଲେ । କିନ୍ତୁ ଏଥର ପୁଣି ସେ ନିଜର ପୁରୁଣା ଗଡ ଖୋର୍ଦ୍ଦାକୁ ଫେରିଛନ୍ତି । ଖୋର୍ଦ୍ଦାବାସୀ ଦେଖିବେ ଭିନ୍ନ ଏକ ଲଢେଇ । ବାହୁବଳୀ ନେତା ବନାମ ବିଜେଡି ଭେଟରାନ । ପ୍ରଥମ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ ପୁଣି ବିଜେପି ଟିକେଟରେ । ଆଗାମୀ ନିର୍ବାଚନରେ କଣ ହେବ ଖୋର୍ଦ୍ଦା ଗଡର ରାଜନୈତିକ ଗଣିତ ତାହା କହି ହେଉ ନାହିଁ । କାରଣ ଏହି ନିର୍ବାଚନ ମଣ୍ଡଳୀ ରାଜେନ୍ଦ୍ର ସାହୁଙ୍କ ଗଡ ଏବଂ ପ୍ରଶାନ୍ତଙ୍କ ପାଇଁ ନୂଆ । ତେବେ ଦେଖିବାକୁ ବାକି ରହିଲା 24 ନିର୍ବାଚନରେ କାହାର ହେବ ଖୋର୍ଦ୍ଦା ଗଡ ।

author

Related Articles

Leave a Reply

Your email address will not be published. Required fields are marked *