ବିଧାୟିକା ହେବେ ସୋଫିଆ ଫିର୍ଦ୍ଦୋସ !

ବିଧାୟିକା ହେବେ ସୋଫିଆ ଫିର୍ଦ୍ଦୋସ !

ଓଡିଶା ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ କଟକ ବାରବାଟୀ ବିଧାନସଭା କ୍ଷେତ୍ର । ହଁ ଦର୍ଶକବନ୍ଧୁ ବାରବାଟୀ ବିଧାନସଭାକୁ ନେଇ ଅଙ୍କ କଶୁଥିଲା କଂଗ୍ରେସ । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବାରବାଟୀର ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ଟିକେଟ ଦେଇଛି କଂଗ୍ରେସ । ମହମ୍ମଦ ମୋକିମ ନିର୍ବାଚନ ଲଢିପାରିବେ ନାହିଁ ତେଣୁ ତାଙ୍କ ବଦଳରେ ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରାଇବାକୁ କଂଗ୍ରେସର କର୍ମୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ । ଯାହା ଉପରେ ମୋହର ମାରିଛନ୍ତି ପିସିସି ସଭାପତି । ଜଣେ ନବଗତା ଭାବେ ଏକ ନୂଆ ମୁହଁକୁ ସୁଯୋଗ ଦେଇଛି ଓଡିଶା କଂଗ୍ରେସ । କଟକ ବାରବାଟୀବାସୀ ଦେଖିବେ ଏକ ରୋଚକ ଲଢେଇ । ଅନ୍ୟପଟେ ବିଜେପି ମଧ୍ୟ ଏହି ଆସନକୁ ନେଇ ଅଙ୍କ କଶୁଛି । ବିଜେପି ଛାଡି ବିଜେଡିରେ ମିଶିଥିବା ସାଲେପୁରର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରାଙ୍କୁ ବିଜେଡି କଟକ ବାରବାଟୀ ଆସନରୁ ପ୍ରାର୍ଥୀ କରାଇଛି । ଜଣେ ରାଜନୀତିରେ ଅଭିଜ୍ଞ ହୋଇଥିବା ବେଳେ ଅନ୍ୟଜଣେ ରାଜନୀତିରେ ନୂଆ । ବାପାଙ୍କ ଠାରୁ ରାଜନୀତି ଶିଖି ସୋଫିଆ ବାରବାଟୀରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ ସେମାନଙ୍କ ସୁଖ ଦୁଃଖ ବୁଝୁଛନ୍ତି ।  ସେପଟେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରକାଶ ବେହେରା ପୂର୍ବରୁ ବିଜେପି ଟିକେଟରେ  ସାଲେପୁରରୁ ଲଢି ଆସୁଥିଲେ କିନ୍ତୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ତାଙ୍କୁ ବାରବାଟୀ ଆସନ ମିଳିଛି । ବିଜେଡି ଦଳରେ ସେ ନୂଆ ହୋଇଥିଲେ ମଧ୍ୟ ରାଜନୀତିରେ ବେଶ ଅଭିଜ୍ଞ । ନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ କଂଗ୍ରେସ ପୁଣିଥରେ ନିଜର ଗଡ ଫେରି ପାଇବା ପାଇଁ ସୋଫିଆ ଫିର୍ଦ୍ଦୋସଙ୍କୁ ଟିକେଟ ଦେଇ ମାଷ୍ଟର ପ୍ଲାନ କରିଛି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ସାଧାରଣ ନିର୍ବାଚନରେ କଟକ ବାରବାଟୀ ବିଧାନସଭାରେ ନବାଗତା ବନାମ ଅଭିଜ୍ଞଙ୍କ ଏହି  ମହାଯୁଦ୍ଧରେ କିଏ ପିନ୍ଧିବ ବିଜୟର ସୁନା ମୁକୁଟ ।

author

Related Articles

Leave a Reply

Your email address will not be published. Required fields are marked *