ନିର୍ବାଚନ ପରେ ଜେଲ ଯିବେ ପାଣ୍ଡିଆନ କହିଲେ ପ୍ରଦୀପ !

ନିର୍ବାଚନ ପରେ ଜେଲ ଯିବେ ପାଣ୍ଡିଆନ କହିଲେ ପ୍ରଦୀପ !

ରାଜ୍ୟ ରାଜନୀତିରେ ଗୋଟିଏ ଚର୍ଚ୍ଚିତ ଚେହେରା ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ହଁ ଦର୍ଶକବନ୍ଧୁ ନବୀନ ସରକାରଙ୍କ ଜଣେ ଆଗଧାଡିର ବିରୋଧି ନେତା ହେଉଛନ୍ତି ବିଜେପି ରୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଦୀପ ବାବୁ । କେତେବେଳେ ନବୀନଙ୍କୁ ଟାର୍ଗେଟ କରିଥାନ୍ତି ତ ଆଉ କେତେବେଳେ ନବୀନ ବାବୁଙ୍କ ପ୍ରିୟ ପାଣ୍ଡିଆନଙ୍କୁ । ଗତ କିଛିଦିନ ତଳେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗସ୍ତ କରିଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ । ଏବଂ ସେଠାରେ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇଥିବା ପାଣିଗ୍ରାହୀ ବାବୁଙ୍କୁ ପରୋକ୍ଷରେ କଡା ସମାଲୋଚନା କରିଥିଲେ । ଯାହାର ଉଚିତ ଜବାବ ଦେଇଛନ୍ତି ପାଣିଗ୍ରାହୀ ବାବୁ । କଥା କଥାରେ ପାଣ୍ଡିଆନଙ୍କୁ କରିଛନ୍ତି ଆକ୍ରମଣ । ଭିକେ ପାଣ୍ଡିଆନ ପ୍ରଦୀପଙ୍କ ନାଁ ନ ନେଇ ତାଙ୍କୁ ତେରଚ୍ଛା ବାଣ ମାରିଥିଲେ । ଯାହାର ଉତ୍ତରରେ କଡା ଜବାବ ଦେବା ସହିତ ବିଜେଡି ନେତା ପାଣ୍ଡିଆନଙ୍କୁ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ପାଣ୍ଡିଆନ ଖାଳି ଷ୍ଟେଜ ଉପରେ ଭାଷଣ ମାରୁଛନ୍ତି କିନ୍ତୁ କେଉଁ କାମକୁ ନୁହେଁ । ଏବଂ ଗଞ୍ଜାମର ଜିଲ୍ଲାପାଳ ଥିବା ବେଳେ ଡାଲି ଦୁର୍ନିତୀ ହୋଇଥିଲା ସେ ବିଷୟରେ କହିପାରିବେ କି । ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ବାଣ ଫିଙ୍ଗିଛନ୍ତି ପ୍ରଦୀପ । ଏହାପରେ କହିଛନ୍ତି ଯେ ବିଜେ଼ଡିର ଗ଼ଡ ଥିବା ଗଞ୍ଜାମ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଆସନ ଛିଡିଲାଣି,ଆଗକୁ ବାକି ଗୁଡାକ ମଧ୍ୟ ଛିଡିଯିବ । ତେବେ ଦେଖିବାକୁ ବାକି ରହିଲା ପ୍ରଦୀପଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ କେଉଁ ମୋଡ ନେଉଛି ।

author

Related Articles

Leave a Reply

Your email address will not be published. Required fields are marked *