ଘଷିପୁରାରେ ବିଜେଡିକୁ ମାତ୍ ଦେବେ ସୌମ୍ୟ !

ଘଷିପୁରାରେ ବିଜେଡିକୁ ମାତ୍ ଦେବେ ସୌମ୍ୟ !

ଦର୍ଶକବନ୍ଧୁ ଓଡିଶା ରାଜନୀତିର ଗୋଟିଏ ଚର୍ଚ୍ଚିତ ଚେହେରା ସୌମ୍ୟ ରଞ୍ଜନ ପଟ୍ଟନାୟକ । ବିଜେଡିରୁ ବହିଷ୍କୃତ ହେବା ପରେ ଓଡିଶା ରାଜନୀତିରେ କଣ ହେବ ତାଙ୍କ  ଭୂମିକାକୁ ନେଇ ବହୁ ଆଲୋଚନା ସମାଲୋଚନା ଲାଗି ରହିଥିଲା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୌମ୍ୟ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଯାଉଛନ୍ତି । କେନ୍ଦୁଝର ଜିଲ୍ଲା ଘଷିପୁରାଠାରେ ଏକ ଜନ ସମାବେଶ ପରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ଗତକାଲି ଘୋଷଣା କରିଛନ୍ତି । ଋଣ ଠକେଇରେ ବିଜେଡିରୁ ବହିଷ୍କୃତ ହୋଇଥିବା ସୌମ୍ୟ ବିଜେପି ଟିକେଟରେ ଘଷିପୁରା ମଇଦାନକୁ ଓହ୍ଲାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ସେ ନିଜେ ଗଣମାଧ୍ୟମରେ ବୟାନ ରଖିଛନ୍ତି । ହେଲେ ଚର୍ଚ୍ଚା ହେଉଛି ଖଣ୍ଡପଡାର ପୂର୍ବତନ ବିଧାୟକ ଥିବା ସୌମ୍ୟ ଖଣ୍ଡପଡା ଆସନ ଛାଡି କାହିଁକି ଘଷିପୁରାରୁ ଲଢିବାକୁ ମନ ବଳାଇଲେ । ବିଜେଡିରୁ ତଡା ଖାଇବା ପରେ ସେ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ କିନ୍ତୁ ତାଙ୍କୁ ନେଇ ଚର୍ଚ୍ଚା ଥମିନଥିଲା । ଏବେ ସେ ଘଷିପୁରା ରୁ ଲଢିବେ ବୋଲି ଘୋଷଣା କରିବା ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ହଁ ଆଜ୍ଞା ବିଜେଡି ଟିକେଟରୁ ବଦ୍ରି ନାରାୟଣ ପାତ୍ର ଘଷିପୁରା ମଇଦାନକୁ ଓହ୍ଲାଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ସୌମ୍ୟ ପଟ୍ଟନାୟକ ସ୍ୱାଧୀନ ଭାବେ ନିର୍ବାଚନ ଲଢି ବଦ୍ରି ପାତ୍ରଙ୍କୁ ମାତ୍ ଦେଇ ପାରୁଛନ୍ତି କି ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *