ସ୍ୱାଧୀନ ପ୍ରାର୍ଥୀ ହେବେ ଶ୍ରୀମୟୀ !

ସ୍ୱାଧୀନ ପ୍ରାର୍ଥୀ ହେବେ ଶ୍ରୀମୟୀ !

ପାଖେଇଲାଣି ନିର୍ବାଚନ ପ୍ରସ୍ତୁତ ହେଲେଣି ନେତାଠୁ ଜନତା । ହଁ ଦର୍ଶକବନ୍ଧୁ ଉଭୟ ବିଜେଡି ଓ ବିଜେପିର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା ହୋଇସାରିଛି । କିଛି ନେତାଙ୍କୁ ଟିକେଟ ମିଳିଛି ତ ଆଉ କିଛିଙ୍କର ଟିକେଟ କଟିଛି । ଯେଉଁମାନଙ୍କ ଟିକେଟ କଟିଛି ସେମାନେ ଶେଷରେ ନିରାଶା ହୋଇ ଗୋଟିଏ ବାଟ ଆପଣାଉଛନ୍ତି ସେ ହେଲା ସ୍ୱାଧୀନ ଲଢିବାର ବାଟ । ଚର୍ଚ୍ଚା ହେଉଛି କି ସ୍ୱାଧାନ ଭାବେ ନିର୍ବାଚନ ଲଢିପାରନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ହଁ ଆଜ୍ଞା ବିଜେଡିରୁ ଧୋକା ଖାଇବା ପରେ ସେ ଶେଷରେ ଏପରି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଶଙ୍ଖ ପଚାରିଲାନି ନାହିଁ କି ପଦ୍ମ ବି ପଚାରିଲାନି । ଆଉ କଂଗ୍ରେସକୁ ଗଲେ ସେଠାରେ ହୁଏତ ନିଜର ଭବିଷ୍ୟତ ଆହୁରି ବିଗିଡି ଯାଇପାରେ । ତେଣୁ ସେ ସ୍ୱାଧାନ ଭାବେ ନିର୍ବାଚନ ଲଢିପାରନ୍ତି । ଯଦି ଆମେ ଦେଖିବା ନିର୍ବାଚନକୁ ନେଇ ଜୋର ଧରିଥିଲା ଶ୍ରୀମୟୀଙ୍କ ନାରା । ଅପରାଜିତା ବନାମ ଶ୍ରୀମୟୀ ଲଢେଇ ନେଇ ଦୁଲୁକୁଥିଲା ଗାଁଠୁ ସହର । ହଁ ଦର୍ଶକବନ୍ଧୁ କେହି ଟିକେଟ ଦେଲେନି ଭଣ୍ଡେଇ ଦେଲେ । ତେଣୁ ସେ ଏପରି ନିଷ୍ପତ୍ତି ଆପଣେଇଛନ୍ତି । ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସେ ପ୍ରଚାର କରିଥିଲେ ଏବଂ ଜନସମ୍ପର୍କ ବଢାଇଥିଲେ । କିନ୍ତୁ ଦଳ ତାଙ୍କୁ ଧୋକା ଦେଇ ମନ୍ମଥଙ୍କୁ ଟିକେଟ ଦେଲା ଆଉ ଏବେ ପ୍ରତିଶୋଧ ନେବା ପାଇଁ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିପାରନ୍ତି । କିନ୍ତୁ ଭୁବନେଶ୍ୱରରୁ ନା ଆଉ କେଉଁ ଆସନରୁ ଲଢିବେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

author

Related Articles

Leave a Reply

Your email address will not be published. Required fields are marked *