ବିଜେଡିକୁ ମହଙ୍ଗା ପଡିବେ ଅନୁଭବ ପଟ୍ଟନାୟକ !

ବିଜେଡିକୁ ମହଙ୍ଗା ପଡିବେ ଅନୁଭବ ପଟ୍ଟନାୟକ !

ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଖଣ୍ଡପଡା ବିଧାନସଭା କ୍ଷେତ୍ର । ବିଜେଡିର ବରିଷ୍ଠ ନେତା ଥିବା ସୌମ୍ୟ ପଟ୍ଟନାୟକ 2019 ନିର୍ବାଚନରେ ହ୍ୟାଟ୍ରିକ କରିଥିଲେ କିନ୍ତୁ ତାଙ୍କୁ ଦଳରୁ ବହିଷ୍କୃତ କରିବା ପରେ ଏହି ଆସନକୁ ନେଇ ଅଙ୍କ କଶୁଥିଲା ବିଜେଡି । ଭାପୁର ବ୍ଲକ ଅଧକ୍ଷା ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଛି ବିଜୁ ଜନତା ଦଳ । ଅନ୍ୟପଟେ ଖଣ୍ଡପଡା ବିଧାନସଭାରୁ ନିର୍ବାଚନ ଲଢିବେ ଏବଂ ଜିତିବେ ବୋଲି ଆଶା ରଖିଥିଲେ ସେଠାକାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ । ହେଲେ ଶେଷରେ ଆଶ୍ଚର୍ଯ୍ୟଜନକ ଭାବେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇଛି । ଅନ୍ୟପଟେ ଅନୁଭବ ପଟ୍ଟନାୟକ ଟିକେଟ ନ ମିଳିବାରୁ ଦଳ ଛାଡିଛନ୍ତି । ବିଜେଡିରୁ ଇସ୍ତଫା ଦେବା ପରେ ଖଣ୍ଡପଡାରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ । କୁହାଯାଉଛି କି ଏହି ଆସନରେ ବିଜେଡିକୁ ଜିତିବା କଷ୍ଟକର ହୋଇପାରେ କାରଣ ଏଠାରୁ ଆଶାୟୀ ଥିବା ନେତା ମାନଙ୍କ ଦଳ ଛାଡିବା ପରେ ବିଜେଡିର ଭୋଟ ହାର ଛିଣ୍ଡିପାରେ । ତେବେ ଦେଖିବାକୁ ବାକି ରହିଲା ସାବିତ୍ରୀ ପ୍ରଧାନ ଓ ଅନୁଭବ ପଟ୍ଟନାୟକଙ୍କ ମହାଯୁଦ୍ଧରେ କାହାର ହେବ ବିଜୟ ।

author

Related Articles

Leave a Reply

Your email address will not be published. Required fields are marked *