ପ୍ରାର୍ଥୀଙ୍କ ଗଣିତ ବିଗାଡିବେ ଦେବାଶିଷ !

ପ୍ରାର୍ଥୀଙ୍କ ଗଣିତ ବିଗାଡିବେ ଦେବାଶିଷ !

ଏଥର ନିର୍ବାଚନରେ ବିଜେଡି-ବିଜେପି ପ୍ରାର୍ଥୀଙ୍କ ସମୀକରଣ ବିଗାଡିବେ ଦେବାଶିଷ । କଂଗ୍ରେସ ଟିକେଟରୁ ମୈଦାନକୁ ଓହ୍ଲାଇବେ ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ । ବିଜେଡିରୁ ଟିକେଟ ପାଇଁ ନିରାଶ ହୋଇଥିବା ଦେବାଶିଷ ୨ ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ଏବେ ବିଜେପି ବି ତାଙ୍କୁ ପାଦରେ ଆଡେଇ ଦେଇଛି । ଯାହା ପରେ ଦେବାଶିଷ ଏବେ କଂଗ୍ରେସର ହାତ ଧରିଛନ୍ତି । ଆଜି ବିଧିବଦ୍ଧ ଭାବେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ବିଜେପିରି ଟିକେଟ କଟିବା ପରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଏବେ ନିଜ କଥାରୁ ଓହରି କଂଗ୍ରେସ ଶିବିରରେ ପାଦ ଥାପିଛନ୍ତିା ତେବେ ଦେବାଶିଷଙ୍କ ଗଡ ବରୀରେ କଂଗ୍ରେସ ପ୍ରାର୍ଥୀ ଦେଇସାରିଥିବା ବେଳେ ଏବେ ସେ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ତାକୁ ନେଇ ଆଲୋଚନା ଚାଲିଛି । ତେବେ ଚଳିତ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ସ୍ଥାୟୀ ରହୁନଥିବା ବେଳେ ଦେବାଶିଷଙ୍କ ପାଇଁ କଣ ବରୀରେ କଂଗ୍ରେସ ପ୍ରାର୍ଥୀ ବଦଳାଇବ ନା ତାଙ୍କୁ ଅନ୍ୟ କୌଣସି ଆସନରେ ପ୍ରାର୍ଥୀ କରାଇବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *