ଭୁବନେଶ୍ୱର ଆସୁଛନ୍ତି ମୋଦି

ଭୁବନେଶ୍ୱର ଆସୁଛନ୍ତି ମୋଦି

ମୋଦିଙ୍କ ଫୋକସରେ ଓଡିଶା । ଚଳିତବର୍ଷ ନିର୍ବାଚନ ପାଇଁ ମୋଦିଙ୍କ ଫୋକସରେ ଓଡିଶା ରହିଛି । ଏଥିପାଇଁ ଗୋଟିଏ ସପ୍ତାହରେ ଦୁଇ ଦୁଇ ଥର ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସୁଥିବା ବେଳେ ଆସନ୍ତା ୧୦ ତାରିଖରେ ମଧ୍ୟ ସେ ପୁଣିଥରେ ଭୁବନେଶ୍ୱର ଆସିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ମିଳିଛି । ରବିବାର ଭୁବନେଶ୍ୱରରେ ପହଁଞ୍ଚିବା ପରେ ସେ ବିଜେପିର ନିର୍ବାଚନୀ ଇସ୍ତାହାର ଜାରି କରିବେ । ଏହାସହ ନିର୍ବାଚନୀ ରଣନୀତି ନେଇ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ସୂଚନା ରହିଛି । ସେହିପରି ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ରୋଡ ସୋ କରିବା ସହିତ ଭୁବନେଶ୍ୱରର ଏକାମ୍ର, ଉତ୍ତର ଏବଂ ମଧ୍ୟ ନିର୍ବାଚନ ମଣ୍ଡଳୀରେ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *