ଚାନ୍ଦବାଲିରେ ପଦ୍ମ ଫୁଟାଇବେ ମନମୋହନ !

ଚାନ୍ଦବାଲିରେ ପଦ୍ମ ଫୁଟାଇବେ ମନମୋହନ !

ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ସାଙ୍ଗକୁ ଜଣେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ହେଉଛନ୍ତି ମନମୋହନ ସାମଲ । ଆଗାମୀ ସାଧାରଣ ନିର୍ବାଚନରେ ତୃତୀୟ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ଏହି ବିଧାନସଭାରେ ଏଥର ହେବ ବିଗ୍ ଫାଇଟ । ବିଜେପିର ମନମୋହନ ବନାମ ବିଜେଡିର ବ୍ୟମୋକେଶ ଲଢେଇ ହେବ । ଦୁଇ ଦୁଇ ଥର ପରାଜୟ ସ୍ୱୀକାର କରିଥିବା ମନମୋହନ ଆଗାମୀ ସାଧାରଣ ନିର୍ବାଚନରେ ବିଜୟର ଲକ୍ଷ୍ୟ ନେଇ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଦେଲେଣି । ଅନ୍ୟପଟେ ବିଜେଡିରୁ ତାଙ୍କୁ ଟକ୍କର ଦେବେ ବିଜେଡି ହେଭିୱେଟ ତଥା ବିଜେଡି ଯୁବ ସଭାପତି ବ୍ୟମୋକେଶ ରାୟ । ଚାନ୍ଦବାଲିରୁ ହ୍ୟାଟ୍ରିକ କରିଆସୁଥିବା ବ୍ୟମୋକେଶଙ୍କୁ ପୁଣିଥରେ ଦଳ ଭରସା କରି ଟିକେଟ ଦେଇଛି । 2024 ନିର୍ବାଚନରେ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ବ୍ୟୋମକେଶ । ବିରୋଧି ନେତା ତଥା ରାଜ୍ୟ ସଭାପତି ମନମୋହନ ବିଭିନ୍ନ ମୁଦ୍ଧା ନେଇ ମଇଦାନକୁ ଓହ୍ଲାଉଛନ୍ତି । ଶାସକ ଦଳକୁ ଧରାଶାୟୀ କରିବା ପାଇଁ ମନମୋହନ ବାବୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କାହିଁକିନା ରାଜ୍ୟରେ ଯେଉଁଭଳି ଭାବେ ରାଜ୍ୟରେ ବିଜେପିରୁ ଶକ୍ତି ବୃଦ୍ଧି ପାଉଛି ଆଗାମୀ ନିର୍ବାଚନରେ କଣ ହେବ ଚାନ୍ଦବାଲିର ରାଜନୈତିକ ଗଣିତ ତାହା ସମୟ କହିବ । ତେବେ ଦେଖିବାକୁ ବାକି ରହିଲା ଚାନ୍ଦବାଲିରେ ପଦ୍ମ ଫୁଟାଇପାରିବେ କି ମନମୋହନ ସାମଲ ।

author

Related Articles

Leave a Reply

Your email address will not be published. Required fields are marked *