ରମେଶଙ୍କୁ ବିଜେଡିର ମାଷ୍ଟର ଷ୍ଟ୍ରୋକ !

ରମେଶଙ୍କୁ ବିଜେଡିର ମାଷ୍ଟର ଷ୍ଟ୍ରୋକ !

ପାଖେଇଲାଣି ନିର୍ବାଚନ ନେତାଠୁ ଜନତା ସମସ୍ତେ ହେଉଛନ୍ତି ପ୍ରସ୍ତୁତ । ପ୍ରଚାରରେ କମ୍ପୁଛି ମଇଦାନ । ହଁ ଦର୍ଶକବନ୍ଧୁ କଂଗ୍ରେସର ଗଡ ହେଉଛି ଗଞ୍ଜାମ ଜିଲ୍ଲାର ସାମଖେମୁଣ୍ଡି ନିର୍ବାଚନ ମଣ୍ଡଳୀ । ସାନେଖେମୁଣ୍ଡିକୁ ନେଇ ଅଙ୍କ କଶୁଛି ବିଜେଡି । ଏଠାରେ ନନ୍ଦିନୀ ଦେବୀଙ୍କ ପରିବର୍ତ୍ତେ ତାଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ଟିକେଟ ଦେଇଛି ବିଜେଡି । ବାହୁବଳୀ ନେତା ତଥା ଗଞ୍ଜାମ ଟାଇଗରଙ୍କ ଗଡ ଭେଦିବାକୁ ବିଜେଡି ଏଠାରେ ଜମେ ଯୁବ ନେତ୍ରୀଙ୍କୁ ଟିକେଟ ଦେଇଛି । ଯଦି ଦେଖିବା ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାନସଭା ଆସନ ବିଜେଡିର ଗଡ ହୋଇ ରହିଛି । କିନ୍ତୁ ସାନଖେମୁଣ୍ଡିରେ ଆଜି ପର୍ଯ୍ୟନ୍ତ ବିଜେଡି ତାର ବିଜୟାଧାରାକୁ ବଜାୟ ରଖିପାରିନି । 2014 ମସିହାରେ ବିଜୁ ଜନତା ଦଳ ସାନକେମୁଣ୍ଡି ଅକ୍ତିଆର କରିଥିଲେ ସୁଦ୍ଧା ପୁଣିଥରେ 19 ନିର୍ବାଚନରେ ଏହା ରମେଶ ଜେନାଙ୍କ ହାତକୁ ଚାଲିଯାଇଥିଲା । ଜେଲରେ ଥାଇ ନିର୍ବାଚନରେ ବିଜୟର ସ୍ୱାଦ ଚାଖିଥିଲେ ଗଞ୍ଜାମ ଟାଇଗର । ଆଗାମୀ ନିର୍ବାଚନ ପାଇଁ ପୁଣିଥରେ ଦଳ ତାଙ୍କ ଉପରେ ଭରସା କରି ସାନଖେମୁଣ୍ଡିରୁ ଟିକେଟ ଦେଇଛି । ବିବାଦୀୟ ହେଲେ ମଧ୍ୟ ଲୋକମାନେ ତାଙ୍କୁ ସ୍ୱୀକାର କରୁଛନ୍ତି ଏବଂ ଆଗାମୀ ନିର୍ବାଚନରେ ପୁଣିଥରେ ବିପୁଳ ସଂଖ୍ୟାରେ ଭୋଟ ପାଇଁ ବିଜୟୀ ହେବେ ବୋଲି କୁହାଯାଉଛି । ତେବେ ବିଜେଡି ଏଠାରେ ନୂଆ ମୁହଁ ଦେଇ ସାନଖେମୁଣ୍ଡିର ରାଜନୈତିକ ସମୀକରଣ ବଦଳାଇବା ପାଇଁ ଚେଷ୍ଟା କରୁଛି । ଗ଼ଞ୍ଜାମର 13 ବିଧାନସଭା ଆସନରୁ 12ଟି ରହିଛି ବିଜେଡି ଅକ୍ତିଆରରେ ଆଉ ଗୋଟିଏ ହାତେଇବାକୁ ବିଜୁ ଜନତା ଦଳ ଗେମ୍ ପ୍ଲାନ ପ୍ରସ୍ତୁତ କରୁଛି । ତେବେ ଆଗାମୀ ସାଧାରଣ ନିର୍ବାଚନରେ ଲୋକପ୍ରିୟ ହେଉଥିବା ରମେଶ ଜେନାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ । ତାଙ୍କ ଗଡରେ ପଦ୍ମ ଫୁଟିବ ନା ପୁଣିଥରେ ହାତ ଉଠିବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *