ବିଜେଡି ନେତାଙ୍କୁ ଚେକ୍ ଦେବେ ସିଦ୍ଧାନ୍ତ !

ବିଜେଡି ନେତାଙ୍କୁ ଚେକ୍ ଦେବେ ସିଦ୍ଧାନ୍ତ !

ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲେଣି ନେତାଠୁ ଜନତା । ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ତିନି ଦଳର ପ୍ରାର୍ଥୀ ମାନେ । ହଁ ଦର୍ଶକବନ୍ଧୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ହେବ ରୋଚକ ଲଢେଇ । ରାଜନୀତିରେ ଅଭିଜ୍ଞ ତଥା  ସିନେ ଷ୍ଟାରଙ୍କୁ ଟକ୍କର ଦେବେ ଜଣେ ନବାଗତ । ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡି ବିଜେପିରେ ଯୋଗଦେବା ପରେ ଭାରତୀୟ ଜନତା ପାର୍ଟି ତାଙ୍କ ଉପରେ ଭରସା କରି ତାଙ୍କୁ ବିଧାନସଭା ଲଢିବାକୁ ସୁଯୋଗ ଦେଇଛି । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର । ଅନ୍ୟପଟେ ବିଜେଡିରୁ ତାଙ୍କୁ ଟକ୍କର ଦେବେ ଦିଗପହଣ୍ଡିର ପୂର୍ବତନ ବିଧାୟକ ସୂର୍ଯ୍ୟପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ଯଦିଓ ସିଦ୍ଧାନ୍ତ ମହାପାତ୍ର ବିଧାନସଭା ରାଜନୀତିରେ ନୂଆ ପରନ୍ତୁ ତାଙ୍କର ରାଜନୀତିକୁ ନେଇ ବେଶ ଅଭିଜ୍ଞତା ରହିଛି । ସେପଟେ ବାପାଙ୍କ ଗଡରେ ପୁଅକୁ ଭରସା କରି ବିଜେଡି ସୁପ୍ରିମୋ ବିପ୍ଲବ ପାତ୍ରଙ୍କୁ ପ୍ରଥମ ଥର ପାଇଁ ପ୍ରାର୍ଥୀ କରାଇଛି । ତେବେ ବିଜେ଼ଡିରୁ ବିମୁଖ ହୋଇ ଯାଇଥିବା ସିଦ୍ଧାନ୍ତ ବିଜେଡି ଗଡରେ ପଦ୍ମ ଫୁଟାଇବା ଲକ୍ଷ୍ୟରେ । ବିକାଶକୁ ମୁଦ୍ଧା କରି ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ବଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର । ଅନ୍ୟପଟେ ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜୟର ଲକ୍ଷ୍ୟ ନେଇ ପ୍ରଚାର ପ୍ରସାର କଲେଣି । ତେବେ ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ ଦିଗପହଣ୍ଡିର ରାଜନୈତିକ ଭବିଷ୍ୟତ । ବିଜେଡି ନେତା ବିପ୍ଲବ ପାତ୍ରଙ୍କୁ ଚେକ ଦେଇପାରିବେ ତ ବିଜେପି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ।

author

Related Articles

Leave a Reply

Your email address will not be published. Required fields are marked *