ବୁଡିଗଲା ପ୍ରସନ୍ନଙ୍କ ରାଜନୈତିକ ଭବିଷ୍ୟତ !

ବୁଡିଗଲା ପ୍ରସନ୍ନଙ୍କ ରାଜନୈତିକ ଭବିଷ୍ୟତ !

ଦର୍ଶକବନ୍ଧୁ ଓଡିଶା ରାଜନୀତିର ଜଣେ ପାୱାରଫୁଲ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ । ତାଙ୍କୁ ନେଇ ହୁଲସ୍ତୁଲ ହେଉଛି ରାଜ୍ୟ ରାଜନୀତି । ବାବା ପ୍ରସନ୍ନଙ୍କୁ ନେଇ ଅଙ୍କ କଶୁଥିଲା ବିଜେଡି ହେଲେ ଶେଷରେ କିଛି ବି ଫଳ ମିଳିଲାନି । ବାସିରେ ବି ବିଜେଡି ସୁପ୍ରିମୋ ପଚାରିଲେନି । ଅସନ୍ତୋଷ ଥିବା ପ୍ରସନ୍ନଙ୍କୁ ନା ଲୋକସଭା ଦେଲେ ନା ବିଧାନସଭା ଦେଲେ । ଶେଷରେ ରାଜ୍ୟସଭା ବି ପଠାଇଲେ ନାହିଁ । ତେବେ ପ୍ରସନ୍ନଙ୍କୁ ନେଇ ଓଡିଶା ରାଜନୀତିରେ ଅନେକ ଚର୍ଚ୍ଚା ହେଉଥିଲା । ସେ କୁଆଡେ ପଦ୍ମ ଶିବିରରେ ଯୋଗ ଦେଇ ପାରନ୍ତି ଏବଂ ନିର୍ବାଚନ ଲଢିପାରନ୍ତି କିନ୍ତୁ ତାହା ପଦ୍ମ ହେଲା ନାହିଁ । ଭାରତୀୟ ଜନତା ପାର୍ଟି ତାର ସମସ୍ତ ବିଧାନସଭା ଓ ଲୋକସଭା ଟିକେଟ ଘୋଷଣା କରିସାରିଛି । ଆଉ ଯଦି ପ୍ରସନ୍ନ ବିଜେପିରେ ଯୋଗଦେବେ ତେବେ ସେ ନିର୍ବାଚନ ଲଢିପାରିବେନି । ବର୍ତ୍ତମାନ ଚର୍ଚ୍ଚା ବିଜେଡିରୁ ନିରାସା ହୋଇପଡିଥିବା ପ୍ରସନ୍ନଙ୍କୁ କିଏ ଭରସା କରିବ । ଜଣେ ଭେଟରାନ ନେତା ଭାବେ ସେ ବେଶ ପରିଚିତ ଏବଂ ଭୁବନେଶ୍ୱରର ପୂର୍ବତନ ସାଂସଦ ଭାବେ ଅନେକ ଉନ୍ନଯନ ମୂଳକ କାର୍ଯ୍ୟ କରିଛନ୍ତି । ହେଲେ ପ୍ରତିବଦଳରେ ତାଙ୍କୁ ପ୍ରତାରଣା ମିଳିଲା । ବୟସ ଅଧିକା ହୋଇଥିଲେ ବି ସେ ରାଜନୀତି କରିବା ପାଇଁ ମନବଳାଇଥିଲେ । ହେଲେ ଟିକେଟ ମିଳିଲା ନାହିଁ । ନା ସେ ବିଜେଡିରୁ ଇସ୍ତଫା ଦେଲେ ନା ବିଜେପିରେ ମିଶିଲେ । ତେବେ ଆଗାମୀ ସାଧାରଣ ନିର୍ବାଚନରେ କଣ ହେବ ବାବା ପ୍ରସନ୍ନଙ୍କ ରାଜନୈତିକ ଭବିଷ୍ୟତ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *