ବିଜେଡିକୁ ପାଣି ପିଆଇବେ ସୌମ୍ୟ-ଅନୁଭବ !

ବିଜେଡିକୁ ପାଣି ପିଆଇବେ ସୌମ୍ୟ-ଅନୁଭବ !

ବଦଳିଗଲା ଖଣ୍ଡପଡା ଆସନର ଗଣିତ । ବିଜେଡି ବିରୁଦ୍ଧରେ ରଣହୁଙ୍କାର ଦେଲେ ସ୍ୱାଧୀନ ପ୍ରାର୍ଥୀ । ଟିକେଟ କଟିବାର ପ୍ରତିଶୋଧ ନେବା ପାଇଁ ହାତରେ ହାତ ମିଶାଇଲେ ଚିର ଦିନର ଶତ୍ରୁ । ହଁ ଦର୍ଶକବନ୍ଧୁ, ରାଜ୍ୟ ରାଜନୀତିର ଦୁଇ ଜଣ କଟ୍ଟର ବିରୋଧୀ ହେଉଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଅନୁଭବ ପଟ୍ଟନାୟକ । ରାଜନିତୀରେ ପରସ୍ପର ମୁଖ୍ୟ ବିରୋଧୀ ବୋଲି ଏକଥା କାହାକୁ ଅଛପା ନାହିଁ । କିନ୍ତୁ ଏବେ ଗୋଟିଏ ଛାତ ତଳେ ହସହସ ମୁହଁରେ ଉଭୟଙ୍କୁ ଦେଖିବାକୁ ମିଳିଛି । ଖଣ୍ଡପଡାରୁ ଟିକେଟ କଟିବା ପରେ ଏବେ ଉଭୟ ଏକାଠି ହୋଇ ବିଜେଡି ପ୍ରାର୍ଥୀଙ୍କୁ ପାନେ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ମହାମେଣ୍ଟ କରିଛନ୍ତି । ଆଉ ତାଙ୍କ ସହ ନଜର ଆସିଛନ୍ତି ଆଉଜଣେ ବିଜେଡି ଟିକେଟ ଆଶାୟୀ ଗୟାଧର ପରିଡା । ଖଣ୍ଡପଡାରେ ଏହି ୩ ଜଣ ଟିକେଟ ଆଶାୟୀ ଥିବା ବେଳେ ଏମାନଙ୍କ ମଧ୍ୟରୁ କାହାକୁ ବି ନବୀନ ଭରସା କରିନାହାନ୍ତି । ଗତ ବର୍ଷ ସୌମ୍ୟ ବିଜେଡିରୁ ଆଉଟ୍ ହେବା ପରେ ଅନୁଭବ ଏଥର ନିଶ୍ଚୟ ଟିକେଟ ପାଇବେ ବୋଲି ସ୍ପଷ୍ଟ ହୋଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇ ଦଳ ନୂଆ ମୁହଁକୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଅସନ୍ତୋଷ ଛାଡିବା ସହ ବିଜେଡିରୁ ଅନୁଭବ ପଟ୍ଟନାୟକ ଏବଂ ଗୟାଧର ପରିଡା ଇସ୍ତଫା ଦେଇଥିଲେ । ଏପରିକି ଅନୁଭବ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ମଧ୍ୟ ଦାଖଲ କରିଛନ୍ତି । କିନ୍ତୁ ସେତିକିରେ ଶାନ୍ତ ନରହି ଟିକେଟ କଟିବାର ପ୍ରତିଶୋଧ ନେବା ସହ ଏବଂ ଖଣ୍ଡପଡାରେ କିପରି ବିଜେଡି ପ୍ରାର୍ଥୀଙ୍କୁ ପାନେ ଦେବେ ସେନେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଅନୁଭବ ନିଜ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏକ୍ସରେ ଏ ସମନ୍ଧିତ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଲାଣି ଯେ, ଏଥର ଖଣ୍ଡପଡାରେ ନିର୍ବାଚନୀ ସମୀକରଣ ବଦଳିଯିବ । ତେବେ ଦେଖାଯାଉ ଏମାନଙ୍କ ମହାମେଣ୍ଟ ବିଜେଡି ଉପରେ କେତେ ଭାରୀ ପଡୁଛି ଏବଂ ଖଣ୍ଡପଡାର ଶାସନ ଗାଦିରେ କିଏ ବସୁଛି ।

author

Related Articles

Leave a Reply

Your email address will not be published. Required fields are marked *