କାହାକୁ ଭରସା କରିବେ ଭଦ୍ରକ ବାସୀ ?

କାହାକୁ ଭରସା କରିବେ ଭଦ୍ରକ ବାସୀ ?

24 ମୁକାବିଲା ପାଇଁ ଯୁଦ୍ଧକ୍ଷେତ୍ରରେ ତିନି ରାଜନୈତିକ ଦଳ । ଚର୍ଚ୍ଚା ହେଉଥିଲା ଭଦ୍ରକରେ ହୋଇପାରେ ରୋଚକ ଲଢେଇ । ଧାମନଗର ବିଧାୟକ ସୂର୍ଯ୍ୟବଂଶୀଙ୍କୁ ନେଇ ବିଜେପି ଗୋଟି ଚଳାଇପାରେ । ତାଙ୍କୁ ଭଦ୍ରକ ଲୋକସଭାରୁ ଟିକେଟ ମିଳିପାରେ କିନ୍ତୁ ତାହା ହେଲା ନାହିଁ । ବରଂ ତାଙ୍କୁ ପୁଣିଥରେ ଧାମନଗର ବିଧାନସଭା ଦିଆଗଲା ଏବଂ ଅଭିମନ୍ୟୁ ସେଠୀଙ୍କୁ ଭଦ୍ରକ ଲୋକସଭାରୁ ରିପିଟ କରାଇଛି ଭାରତୀୟ ଜନତା ପାର୍ଟି । ଯଦି ଦେଖିବା ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଭଦ୍ରକ ଲୋକସଭା ପାଇଁ ପୁଣିଥରେ ମହିଳା କାର୍ଡ ଖେଳିଛି । ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ । ହଁ ଦର୍ଶକବନ୍ଧୁ ରାଜ୍ୟ ରାଜନୀତିର ଏକ ସମ୍ୱେଦନଶୀଳ ସଂସଦୀୟ କ୍ଷେତ୍ର ହେଉଛି ଭଦ୍ରକ ।

ଲଗାତାର ଭାବେ ଏହି ଆସନରୁ ବିଜେଡି ଜିତି ଆସୁଛି । 2019ରେ ବିଜେଡି ପ୍ରଥମ କରି ଏହି ଆସନରେ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରାଇଥିଲା ବିଜେଡି ଏବଂ ସେ ଏହି ଆସନରେ ବିଜୟୀ ମଧ୍ୟ ହୋଇଥିଲେ । ସେହିପରି ପୁଣିଥରେ ମଧ୍ୟ ବିଜେଡି ମହିଳା କାର୍ଡ ଖେଳି ମଞ୍ଜୁଲତାଙ୍କ ଉପରେ ଭରସା କରିଛି । ତେବେ 19 ନିର୍ବାଚନରେ ବିଜେପିରୁ ଅଭିମନ୍ୟୁ ସେଠୀ କମ ମାର୍ଜିନ ଭୋଟରେ ହାରିଥିଲେ । ତେଣୁକରି ପୁଣିଥରେ ଭାରତୀୟ ଜନତା ପାର୍ଟି ତାଙ୍କୁ ପ୍ରାର୍ଥୀ କରାଇବା ପରେ ଭଦ୍ରକରେ ବିଜେପିର ବିଜୟର ଧ୍ୱଜା ଉଡାଇବାକୁ ସେ ଜୋରଦାର ପ୍ରଚେଷ୍ଟା ଚଳାଇଛନ୍ତି । କିନ୍ତୁ ରାଜ୍ୟରେ ବିଜେଡି ସରକାରର ଯେଉଁଭଳି ଦବଦବା ରହିଛି ଆଗାମୀ ସାଧାରଣ ନିର୍ବାଚନରେ ଭଦ୍ରକ ସଂସଦୀୟ କ୍ଷେତ୍ରରେ କାହାର ବିଜୟ ହେବ କହି ହେଉନାହିଁ । ଗତ ନିର୍ବାଚନରେ ବିଜେପିର ଭୋଟ ହାର ବଢିଥିବା ହେତୁ ଏଥର ବିଜୟ ହୋଇପାରେ ବୋଲି ଭାରତୀୟ ଜନତା ପାର୍ଟି ଆଶା ବାନ୍ଧିଛି । ନବାଗତ ଅଭିମନ୍ୟୁଙ୍କ ଉପରେ ଦଳ ଗତ ନିର୍ବାଚନରେ ଭରସା କରି ନିରାଶ ହୋଇଥିଲା ତେଣୁ ନିଜର ସଙ୍ଗଠନକୁ ସୃଦୁଢ କରି ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ଅଭିମନ୍ୟୁ । ତେବେ ଦେଖିବାକୁ ବାକି ରହିଲା ଭଦ୍ରକ ସଂସଦୀୟ କ୍ଷେତ୍ରରେ ବିଜେଡିର ମହିଳା କାର୍ଡ ଷ୍ଟ୍ରାଟେଜି କାମ ଦେବ ନା ବିଜେପିର ଅଭିମନ୍ୟୁ ସେଠୀଙ୍କୁ ଭଦ୍ରକ ବାସୀଙ୍କ ସମର୍ଥନ ମିଳିବ ।

author

Related Articles

Leave a Reply

Your email address will not be published. Required fields are marked *