ରାଜନୀତିରୁ ସନ୍ୟାସ ନେବେ ପ୍ରସନ୍ନ ପାଟ୍ଟଶାଣୀ !

ରାଜନୀତିରୁ ସନ୍ୟାସ ନେବେ ପ୍ରସନ୍ନ ପାଟ୍ଟଶାଣୀ !

ରାଜନୀତିରୁ ଉଭେଇ ଯିବେ କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ? ବାରମ୍ବାର ଟିକେଟ ପାଇଁ ନିରାଶ ହେବା ପରେ ଏବେ ରାଜନୀତିରୁ ସନ୍ୟାସ ନେବେ କି ପ୍ରସନ୍ନ । ଏଭଳି କିଛି ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛିା ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ରାଜନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେଡିରେ କାଇଁ କେଉଁ କାଳରୁ ସାମିଲ ଅଛନ୍ତି । ବିଜୁ ବାବୁଙ୍କ ଅମଳରୁ ପ୍ରସନ୍ନ ଦଳରେ ଥିବାରୁ ବିଜେଡିର ଜଣେ ବିଶ୍ବସ୍ତ କର୍ମୀ ଭାବରେ ତାଙ୍କୁ ଅନେକ ଥର ଟିକେଟ ମିଳିଛି । ବିଜେଡି ଟିକେଟରୁ ସେ ୪ଥର ବିଧାୟକ ଏବଂ ୪ଥର ସାଂସଦ ମଧ୍ୟ ରହିଛନ୍ତି । କିନ୍ତୁ ଏବେ ତାଙ୍କ କ୍ରେଜ ଆଉ ପୂର୍ବ ପରି ନାହିଁ, କମିଗଲାଣି ବୋଲି ସାଧାରଣରେ ଆଲୋଚନା ଚାଲିଛି। ବାବା ପ୍ରସନ୍ନଙ୍କୁ ଦଳ ଆଉ ଭରସା କରୁନି ବୋଲି ଜନତାଙ୍କ ଗହଣରେ ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ତାଙ୍କୁ ଚଳିତ ନିର୍ବାଚନରେ ନା ତ ଟିକେଟ ମିଳିଛି ନା ଷ୍ଟାର ପ୍ରଚାରକ ତାଲିକାରେ ପ୍ରସନ୍ନଙ୍କ ନାଁ ସ୍ଥାନ ପାଇଛି। ଯାହାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ, ଦଳକୁ ଆଉ ପ୍ରସନ୍ନଙ୍କ ଆବଶ୍ୟକତା ନାହିଁ। ଖାଲି ମିଛ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଦଳ ତାଙ୍କୁ ଭଣ୍ଡେଇ ଦେଇଛି। ପ୍ରଥମେ ରାଜ୍ୟସଭା, ପରେ ଲୋକସଭା ଏପରିକି ବିଧାନସଭା ଆସନ ପାଇଁ ମଧ୍ୟ ଦଳ ତାଙ୍କୁ ଯୋଗ୍ୟ ଭାବିନି। କିନ୍ତୁ ଶେଷ ଯାଏଁ ପ୍ରସନ୍ନ ନବୀନଙ୍କ ଉପରେ ଭରସା ରଖିଥିବା ବାରମ୍ବାର କହିଥିଲେ । ରାଜ୍ୟସଭା କି ଲୋକସଭା ନହେଲେ ନାଇଁ ବିଧାନସଭା ଆସନରେ ଟିକେଟ ମିଳିବ ବୋଲି ଆଶାବାଦୀ ଥିଲେ । କିନ୍ତୁ ସେତକ ବି ହେଲାନି । ଯାହା ପରେ ପ୍ରସନ୍ନଙ୍କ ଏଥର ନିର୍ବାଚନ ଲଢିବା ଆଶା ସମ୍ପୂର୍ଣ୍ଣ ମଉଳିଯାଇଥିଲା । ଯାହାକୁ ନେଇ ଅନେକ ସମୟରେ ସେ ଦଳ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। ଏପରିକି ସେ ବିଜେଡି ଛାଡି ଅନ୍ୟ ଦଳକୁ ଯିବେ ବୋଲି ଚର୍ଚ୍ଚା ମଧ୍ୟ ଲାଗି ରହିଥିଲା । କିନ୍ତୁ ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଛି। ଏତେ ବର୍ଷ ଦଳ ପାଇଁ ନିଷ୍ଠାପର ମନୋଭାବ ସହ କାମ କରିବା ପରେ ବି ଶେଷଥର ପାଇଁ ଦଳ ତାଙ୍କୁ ଟିକେଟ ନଦେଇ ଠକି ଦେଇଛି। ତେବେ ପ୍ରସନ୍ନ ରାଜନୀତିର ଜଣେ ପୁରୁଖା ନେତା ହୋଇଥିବାରୁ ସେ ଆଉ ନିର୍ବାଚନ ନଲଢିବା ଭଲ ବୋଲି ଅନେକ ମତ ଦେଉଥିବା ବେଳେ ଦେଖାଯାଉ ପ୍ରସନ୍ନ ନିଜ ରାଜନୈତିକ କ୍ୟାରିୟରକୁ ନେଇ କଣ ନିଷ୍ପତ୍ତି ନେଉଛନ୍ତିି ଏବଂ ସାଧାରଣରେ ଯେଉଁ ଚର୍ଚ୍ଚା ହେଉଛି ତାହା କେତେ ସତ ହେଉଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *