ଦର୍ଶକବନ୍ଧୁ ନିର୍ବାଚନ ଯେତିକି ପାଖଉଛି ଶାସକ ଦଳର ଅଡୁଆ ସେତିକି ବଢୁଛି । କେତେବେଲେ ଦଳର ଭେଟରାନ ନେତାଙ୍କୁ ଟିକେଟ ଦେଉନାହାନ୍ତି ତ ଆଉ କେତେବେଳେ ଟିକେଟ ଦଇ ପୁଣି କାଟି ଦେଉଛନ୍ତି । ହଁ ଦର୍ଶକବନ୍ଧୁ ନିମାପଡାରୁ ବିଜେଡିର ଟାଣୁଆ ନେତା ତାଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ହ୍ୟଟ୍ରିକ କରି ଆସୁଥିଲେ କିନ୍ତୁ ବିଜୁ ଜନତା ଦଳ ଏଥର ତାଙ୍କ ଟିକେଟକୁ କାଟି ଦେଇଛି । ଟିକେଟ ପାଇବା ପାଇଁ ଯେତେ ଲବି କଲେ ସୁଦ୍ଧା ତାଙ୍କୁ ଟିକେଟ ବଦଳରେ ବିଜେଡି ସୁପ୍ରିମୋ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଛନ୍ତି । ଚର୍ଚ୍ଚା ହେଉଥିଲା ତାଙ୍କ ଟିକେଟ କଟିବା ପରେ ସେ ବିଜେଡିରୁ ଇସ୍ତଫା ଦେବେ ଏବଂ ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ । କିନ୍ତୁ ତାହା ପୂର୍ବରୁ ବିଜେଡି ଖେଳିଛି ଗେମ ପ୍ଲାନ । ସମୀରଙ୍କ ମାନଭଞ୍ଜନ କରିବା ପାଇଁ ତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।
ଅନ୍ୟପଟେ ଦେବଗଡ ରାଣୀ ଅରୁନ୍ଧତୀ ଦେବୀ ସଜ ସଜ ବିଜେଡିରେ ଯୋଗ ଦେଇଥିଲେ ଏବଂ ଟିକେଟ ମଧ୍ୟ ପାଇଥିଲେ କିନ୍ତୁ ପଛରେ ତାଙ୍କ ଟିକେଟକୁ କାଟି ଦିଆଗଲା । ଯେଉଁଥିପାଇଁ ସେ ଦଳ ଉପରେ ଅସନ୍ତୋଷ ଥିବା ନେଇ ଚର୍ଚ୍ଚା ହେଉଛି ଏବଂ ତାଙ୍କୁ ମଧ୍ୟ ଶାସକ ଦଳ ଷ୍ଟେଟ ଜେନେରାଲ ସେକ୍ରେଟାରୀ ପଦ ଦେଇଛନ୍ତି । ଏହି ଦୁଇ ନେତାଙ୍କର ନିର୍ବାଚନରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ହୁଏତ ଦଳ ଏମାନଙ୍କୁ ହାତରେ ରଖିବା ପାଇଁ ଏପରି ଦୁଇଟି ନୂଆ ଦାୟିତ୍ୱ ଦେଇଛି । ତେବେ ବିଜେଡି ସୁପ୍ରିମୋଙ୍କ ଏପରି ନିଷ୍ପତ୍ତି ପରେ କଣ ହେବ ସମୀର ଓ ଅରୁନ୍ଧତୀ ଦେବୀଙ୍କ ଆଗାମୀ ପଦକ୍ଷେପ ତାହା ଦେଖିବାକୁ ବାକି ରହିଲା ।