କାଳ ବୈଶାଖୀ ଆଣିଦେଲା ଆସ୍ବସ୍ତି; ବହୁ ଗଛ ଉପୁଡ଼ିଲା,ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା

କାଳ ବୈଶାଖୀ ଆଣିଦେଲା ଆସ୍ବସ୍ତି; ବହୁ ଗଛ ଉପୁଡ଼ିଲା,ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା

ପ୍ରବଳ ଖରା ଓ ଗରମରୁ ରକ୍ଷା ପାଇବା ପାଇଁ ସମଗ୍ର ଜୀବଜଗତ ସଂଘର୍ଷ କରୁଥିବା ବେଳେ ଦୀର୍ଘ ଦିନର ଅବକାଶ ପରେ ଆଜି ପ୍ରଚଣ୍ଡ ରୌଦ୍ରତାପ, ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆସ୍ବସ୍ତି ମିଳିଛି।କାଳ ବୈଶାଖୀ ପ୍ରଭାବରେ ଆଜି ଭଞ୍ଜନଗର ସହର ସମେତ ଆଖପାଖ କେତେକ ଅଞ୍ଚଳରେ କୁଆ ପଥର ବର୍ଷା ଓ ଘଡଘଡି ସାଙ୍ଗକୁ ପବନରେ ବହୁ ଗଛ ଉପୁଡ଼ି ଯାଇଛି।ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର,ଏଲଆଇସି ଅଫିସ ଛକ, ୟୁବି ହାଇସ୍କୁଲ, ରେଡ଼ କ୍ରସ ରୋଡ଼,ଏନଏସି ଅଫିସରେ ଥିବା ବିରାଟ ଗଛ ଉପୁଡ଼ି ବିଦ୍ୟୁତ ତାର ଛିଣ୍ଡିବା ଦ୍ୱାରା ବିଦ୍ୟୁତ ସରବରାହରେ ବ୍ୟାଘାତ ଘଟିବା ସହ ରାସ୍ତା ଅବରୋଧ ହୋଇଥିଲା।ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗଛ କାଟି ରାସ୍ତା ସଫା କରିଥିଲେ।ସେହିପରି ୩ଟି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ସେସବୁର ମରାମତି କରିବା ପରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହୋଇଥିଲା।ଅଦିନିଆ ବର୍ଷା ଓ ପବନ ଯୋଗୁଁ ପାଣିପାଗରେ ପରିବର୍ତ୍ତନ ଘଟି ଥଣ୍ଡା ଅନୁଭୂତ ହେଉଥିବାରୁ ସମସ୍ତେ ଆତ୍ମସନ୍ତୋଷ ଲାଭ କରିଥିବା ଜଣାପଡ଼ିଛି।

author

Related Articles

Leave a Reply

Your email address will not be published. Required fields are marked *