ବରଗଡରେ ଚମକିବ ପ୍ରଦୀପଙ୍କ ଭାଗ୍ୟ !

ବରଗଡରେ ଚମକିବ ପ୍ରଦୀପଙ୍କ ଭାଗ୍ୟ !

ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଆସନ ହେଉଛି ବରଗଡ ଲୋକସଭା ଆସନ । ଏହି ଆସନରେ ବିଜେଡି , ବିଜେପି ଏବଂ କଂଗ୍ରେସ ୩ ଦଳର ଶାସନ ଚାଲିଆସିଛି । ଆଉ ଏଥର ମଧ୍ୟ ୩ ଦଳ ବଛା ବଛା ପ୍ରାର୍ଥୀଙ୍କୁ ଏହି ଆସନରେ ପ୍ରାର୍ଥୀ କରିଛନ୍ତି । ବିଜେପିର ଆଗଧାଡିର ନେତା ପ୍ରଦୀପ ପୁରୋହିତଙ୍କୁ ଏହି ଆସନରେ ପ୍ରାର୍ଥୀ କରିଛି ଦଳ । ରାଜନୀତିରେ ପ୍ରଦୀପଙ୍କ ବେଶ୍ ନାଁ ରହିଥିବା ବେଳେ ବିଜେପି ଟିକେଟରୁ ସେ ଅନେକ ଥର ପ୍ରାର୍ଥୀ ହୋଇଛନ୍ତି । ପୂବରୁ ପ୍ରଦୀପ ପଦ୍ମପୁର ବିଧାନସଭା ଆସନରେ ପ୍ରାର୍ଥୀ ହେଉଥିବା ବେଳେ ଏଥର ଦଳ ତାଙ୍କୁ ଲୋକସଭା ଟିକେଟ୍ ଦେଇଛିା ପ୍ରଦୀପଙ୍କର ପଦ୍ମପୁରରେ ଦବଦବା ରହିଆସିଥିବା ବେଳେ ତାଙ୍କୁ ଏଥର ନୂଆ ଆସନରେ ପ୍ରାର୍ଥୀ କରି ମାଷ୍ଟରଷ୍ଟ୍ରୋକ ଖେଳିଛି ବିଜେପି । ଅନ୍ୟପଟେ ଗତ ନିବାଚନରେ ଏହି ଆସନରୁ ବିଜେପି ବିଜୟ ହୋଇଥିଲା । ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାଯ୍ୟଙ୍କୁ ଧୂଳି ଚଟାଇ ବିଜେପି ରୁ ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାରୀ ଏଠାରେ ଶାସନ ଗାଦିରେ ବସିଥିଲେ । ଆଉ ଏଥର ମଧ୍ୟ ବିଜେପି ଏଠାରେ ବିଜୟୀ ହେବ ବୋଲି ଆଶାବାଦୀ ରହିଛି । ତେବେ ପ୍ରଦୀପ ପଦ୍ମପୁରରୁ ୩ ୩ ଥର ପ୍ରତିଦ୍ୱନ୍ଦିତା କରିଥିବା ବେଳେ ମାତ୍ର ଗୋଟିଏ ଥର ସେ ବିଜୟୀ ହୋଇଥିଲେ । ତେବେ ଦେଖାଯାଉ ନୂଆ ଆସନରେ ପ୍ରଦୀପଙ୍କ ଭାଗ୍ୟ ଚମକୁଛି ନା ଏଥର ବି ସେ ନିରାଶ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *