ଟିକେଟ ପାଇ ମଝି ନଈରେ ଫସିଗଲେ ଅରିନ୍ଦମ ରାୟ !

ଟିକେଟ ପାଇ ମଝି ନଈରେ ଫସିଗଲେ ଅରିନ୍ଦମ ରାୟ !

ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି କଟକର ସାଲେପୁର ନିର୍ବାଚନ ମଣ୍ଡଳୀ । ଏହି ଆସନରେ ଅଧିକାଂଶ ସମୟ ବିଜେଡି ଜିତୁଥିବା ବେଳେ କଂଗ୍ରେସ କେବେ କେବେ ଏହି ଆସନରେ ବାଜି ମାରିନିଏ । କିନ୍ତୁ ବିଜେପି ଆଜି ଯାଏଁ ଏହି ଆସନରେ ଖାତା ଖୋଲିନି । ଏଥିପାଇଁ ଏଥର ଏ ଆସନ ହାତେଇବା ଲକ୍ଷ୍ୟରେ ରହିଛି ଭାରତୀୟ ଜନତା ପାର୍ଟୀ । ଯେଉଁଥିପାଇଁ ଏଥର ଷ୍ଟାର କାର୍ଡ ଖେଳିଛି ଦଳ । ଅଭିନେତା ଅରିନ୍ଦମ ରାୟଙ୍କୁ ଦଳ ପ୍ରାର୍ଥୀ କରିଛି । ଯାହାକୁ ନେଇ ଅନେକ ମତ ପ୍ରକାଶ କରୁଛନ୍ତି ଯେ, ଟିକେଟ ପାଇଁ ଆଶାୟୀ ଥିବା ଅରିନ୍ଦମଙ୍କ ରାଜନୈତିକ ଭବିଷ୍ୟତକୁ ଦଳ ବାଜିରେ ଲଗାଇଦେଇଛି । କାହିଁକି ନା ଟିକେଟ ପାଇଁ ବିଜେଡି ଛାଡି ବିଜେପିକୁ ଆସିଥିବା ଅରିନ୍ଦମଙ୍କୁ ଟିକେଟ ମିଳିଛି ସତ । କିନ୍ତୁ ବିଜେପି ଯେଉଁ ଆସନରେ କେବେ ବି ଜିତିନି ସେହି ଆସନରେ ଜଣେ ନୂଆ ଚେହେରାକୁ ପ୍ରାର୍ଥୀ କରିବାକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଏପରିକି ଆସନ ପାଇଁ ଅରିନ୍ଦମଙ୍କ ରାଜନୈତିକ ଭବିଷ୍ୟତକୁ ବିଜେପି ଅନ୍ଧାରକୁ ଠେଲି ଦେଇଥିବା ମଧ୍ୟ ଅନେକ ମତପ୍ରକାଶ କରୁଛନ୍ତି । କାହିଁକି ନା ୨୦୦୦ ମସିହାରୁ ସାଲେପୁର ବିଧାନସଭା ଆସନରେ ବିଜେଡିର ବିଜୟ ପତକା ଉଡିଆସୁଥିଲା । କିନ୍ତୁ ୨୦୧୪ ମସିହାରେ କଂଗ୍ରେସ ସତ୍ତା ପରିବର୍ତ୍ତନ କରି ସେଠାରେ ବିଜେଡିର ବିଜୟ ରାସ୍ତାରେ କଣ୍ଟା ସାଜିଥିଲା । ହେଲେ ୨୦୧୯ ନିର୍ବାଚନରେ ପୁଣି ଥରେ ବାଜି ଓଲଟିଗଲା । ସାଲେପୁରରେ ବିଜେଡି ପୁଣି ଥରେ ଫର୍ମକୁ ଆସିଲା । ଏବଂ କଂଗ୍ରେସକୁ ଗାଦିଚ୍ୟୁତ କରି ପୁଣି ଥରେ ଶାସନ ଗାଦିରେ ବସିଥିଲା । କିନ୍ତୁ ଏଥରର ଦୃଶ୍ୟ କଣ ହେବ , ବିଜେଡି ପୁଣି ରିଟର୍ଣ୍ଣ କରିବ ନା ବିଜେପି ନୂଆ ସରକାର ଗଢିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

କାହିଁକି ନା ଏଥର ବିଜେପି ଷ୍ଟାର କାର୍ଡ ଖେଳି ଅଭିନେତା ଅରିନ୍ଦମ ରାୟଙ୍କୁ ଦଳ ପ୍ରାର୍ଥୀ କରିଛି । ଅରିନ୍ଦମଙ୍କ ଫ୍ୟାନ ଫଲୋଇଙ୍ଗ ଅଧିକ ରହିଥିବା ବେଳେ ଏହା ତାଙ୍କୁ ନିର୍ବାଚନରେ ସାହାଯ୍ୟ କରିପାରେ ବୋଲି ସେଥିରେ ସନ୍ଦେହ ନାହିଁ । କିନ୍ତୁ ଦଳ ହିସାବରେ ବିଜେଡି ଅଧିକାଂଶ ନିର୍ବାଚନରେ ଏଠାରେ ବିଜୟୀ ହୋଇଛି । ଗତ ନିର୍ବାଚନରେ ଏଠାରୁ ପ୍ରଶାନ୍ତ ବେହେରା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏଥର ମଧ୍ୟ ସେ ଏହି ଆସନରୁ ରିପିଟ୍ ହୋଇଛନ୍ତି । କିନ୍ତୁ ବିଜେପିର ପ୍ରାର୍ଥୀ ବଦଳିଛନ୍ତି । ତେବେ ଦେଖାଯାଉ ଅରିନ୍ଦମଙ୍କୁ ଦଳ ଯେଉଁ ଅନ୍ଧାରକୁ ଠେଲି ଦେଇଛି ସେଠାରୁ ସେ କିପରି ବାହାରି ଆସୁଛନ୍ତି ଏବଂ ବିଜେପିର ସ୍ୱପ୍ନ ଥିବା ଗଡରେ ସେ କିପରି ପଦ୍ମ ଫୁଟାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *