ବିଜେଡି ପାଇଁ ସୌମ୍ୟଙ୍କ ଚକ୍ରାନ୍ତ !

ବିଜେଡି ପାଇଁ ସୌମ୍ୟଙ୍କ ଚକ୍ରାନ୍ତ !

ବଦଳୁଛି ଘଷିପୁରାର ରାଜନୈତିକ ପାଣିପବନ । ସୌମ୍ୟଙ୍କ ଏଣ୍ଟ୍ରି ପରେ ବିରୋଧି ଶିବିରରେ କମ୍ପନ । ହଁ ଆଜ୍ଞା ରାଜ୍ୟ ରାଜନୀତିର ଗୋଟିଏ ଜଣାଶୁଣା ଚେହେରା ସୌମ୍ୟ ପଟ୍ଟନାୟକ । ବିଜେଡିରୁ ବହିଷ୍କୃତ ହେବା ପରେ ଯିଏ ଦିନେ କହୁଥିଲେ ରାଜନୀତି କରିବେନି ସେ ଆଜି ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ । ଘଷିପୁରା ବିଧାନସଭାରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ନାମାଙ୍କନ ଭରିଛନ୍ତି ରାଜନୀତିର ଚାଣକ୍ୟ ବୋଲାଉଥିବା ସୌମ୍ୟ ପଟ୍ଟନାୟକ । ବିଜେଡିରୁ ବହିଷ୍କୃତ ହେବା ପରେ ଯାହାଙ୍କର ରାଜନୀତିରେ ଦେଖାମିଳୁନଥିଲା ସେ କେମିତି ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ହେବା ପାଇଁ ମନ ବଳାଇଲେ । ନାମାଙ୍କନ ଭରିସାରିବା ପରେ ସୌମ୍ୟ ବାବୁ ଆଉ ଚୁପ ବସିନାହାନ୍ତି । ଭିତରେ ଭିତରେ ବିଜନ ଜନତା ଦଳକୁ ହରାଇବା ପାଇଁ କରୁଛନ୍ତି ଷଡଯନ୍ତ୍ର । ତେବେ ଆଗାମୀ ନିର୍ବାଚନରେ ଘଷିପୁରାରେ ସୌମ୍ୟଙ୍କର ଏକ ଗୁରତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାଧୀନ ପ୍ରାର୍ଥୀ ହୋଇ ବିଗାଡିବେ ବିଜେଡି ନେତାଙ୍କ ସମୀକରଣ । 2009ରୁ ବିଜେଡିର ଗଡ ରହିଥିବା ଘଷିପୁରାକୁ ସୌମ୍ୟ ଏଥର ନିଜ ଅକ୍ତିଆରକୁ ନେବେ । ବଦ୍ରିଙ୍କ ବିଜୟ ରଥରେ ବ୍ରେକ ଲଗାଇବେ ସୌମ୍ୟ ।

ତିନିଥର ଏହି ଆସନରୁ ପ୍ରାର୍ଥୀ ହୋଇଥିବା ବଦ୍ରିଙ୍କୁ ବିଜେଡି ପୁଣିଥରେ ଚାନସ ଦେଇଛି ହେଲେ ବିଜେଡିର ଗଡକୁ ଭାଙ୍ଗି ନିଜେ ବିଜୟର ଧ୍ୱଜା ଉଡାଇବେ ରାଜନୀତିର ବାଦଶାହା ସୌମ୍ୟ ପଟ୍ଟନାୟକ । ପୁଣି ନିଜର ଫର୍ମକୁ ଫେରିବେ ସୌମ୍ୟ ବାବୁ । ତେବେ ପ୍ରଶ୍ନ ଉଠୁଛି କାହିଁକି ସୌମ୍ୟ ବାବୁ ଘଷିପୁରାକୁ ବାଛିଛନ୍ତି ଯେଉଁଠାରେ କି ତାଙ୍କୁ ଜିତିବା କଷ୍ଟକର ହୋଇପାରେ । ତେବେ ଦେଖିବାକୁ ବାକି ରହିଲା ଘଷିପୁରାରେ ସୌମ୍ୟ ନିଜର ବିଜୟର ବାନା ଉଡାଇ ପାରୁଛନ୍ତି କି ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *