ଓଡିଶା ଇତିହାସରେ ପ୍ରଣବ ଯୋଡିବେ ନୂଆ ଅଧ୍ୟାୟ

ଓଡିଶା ଇତିହାସରେ ପ୍ରଣବ ଯୋଡିବେ ନୂଆ ଅଧ୍ୟାୟ

ଯାଜପୁର ମାଟିର ସୁଯୋଗ୍ୟ ସନ୍ତାନ ତଥା ବିଜେଡିର ସାଙ୍ଗଠନିକ ସଂପାଦକ ଏବଂ ବର୍ତ୍ତମାନର ସମ୍ୱଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବାପା ଅଶୋକ ଦାସ ଯେପରି ବିଜେଡିର ଜଣେ କ୍ଷମତାଶାଳୀ ନେତା ଥିଲେ ସେହିପରି ବବି ମଧ୍ୟ ବିଜୁ ଜନତା ଦଳରେ ନବୀନ ପଟ୍ଟନାୟକଙ୍କ ସଙ୍ଗଠନର ଜଣେ ଆଦର୍ଶ ଏବଂ କ୍ଷମତାଶାଳୀ ଯୁବ ନେତୃତ୍ୱ । ହଁ ଦର୍ଶକବନ୍ଧୁ ଓଡିଶା ରାଜନୀତିରେ ଜଣେ ଦକ୍ଷ ନେତା ହେଉଛନ୍ତି ବବି ଦାସ । ବିରୋଧିଙ୍କୁ ଉଚିତ ଜବାବ ଦେଇ ବିରୋଧିଙ୍କ ମୁହଁଙ୍କୁ ଚୁପ କରାଉଥିବା ବବି ଭାଇଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଗୁରୁ ଦାୟିତ୍ୱ ସମର୍ପିଛନ୍ତି । 2009 ମସିହାରୁ ଲଗାତାର ଭାବେ ଯାଜପୁର ବାସୀଙ୍କ ଦୁଃଖ ସୁଖର ସାଥୀ ହୋଇ ଆସୁଛନ୍ତି ପ୍ରଣବ । ବିଜେଡିର ଜଣେ ପାୱାରଫୁଲ ନେତା ହୋଇଥିବା ସତ୍ତ୍ୱେ ତାଙ୍କ ମନରେ ନାହିଁ ଟିକିଏ ଗର୍ବ । କିନ୍ତୁ ଆଗାମୀ ନିର୍ବାଚନରେ ବବିଙ୍କୁ ସୁପ୍ରିମୋ ସମ୍ୱଲପୁର ଗାଦିର ଦାୟିତ୍ୱ ସମର୍ପିଛନ୍ତି । ଓଡିଶା ରାଜନୈତିକ ଇତିହାସରେ ପ୍ରଣବ ଯୋଡିବେ ଏକ ନୂଆ ଅଧ୍ୟାୟ । ରୋଚକ ହେବ 2024 ନିର୍ବାଚନରେ ଲଢେଇ । ହଁ ଆଜ୍ଞା ବିଜେଡି ସୁପ୍ରିମୋ ପ୍ରଣବଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ସମ୍ୱଲପୁର ସଂସଦୀୟ କ୍ଷେତ୍ରରୁ ଲୋକସଭା ପ୍ରାର୍ଥୀ କରାଇଛନ୍ତି । ସମ୍ୱଲପୁରରେ ବଢୁଛି ପ୍ରଣବଙ୍କ ଲୋକପ୍ରିୟତା । କିଛି ଦିନ ତଳେ ବିରୋଧି ନେତା ତଥା ସମ୍ୱଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାରରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ କିନ୍ତୁ ସେହି ଲୋକଙ୍କୁ ପଚାରିନଥିଲେ ବିଜେପି ପ୍ରାର୍ଥୀ । ବବି ବାବୁ ତାଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇବା ସହିତ ଆଗାମୀ ଭବିଷ୍ୟତରେ ତାଙ୍କ ପରିବାରର ଭରଣା ପୋଷଣ କରିବାର ଦାୟିତ୍ୱ ବହନ କରିଛନ୍ତି । ଯେଉଁଥିପାଇଁ ସମ୍ୱଲପୁରରେ ଆହୁରି ବୃଦ୍ଧି ପାଇଛି ପ୍ରଣବଙ୍କ କ୍ରେଜ । ମାଆ ସମଲେଶ୍ୱରୀଙ୍କ ଦର୍ଶନ ପରେ ସେ ନିଜର ପ୍ରଚାର ଆରମ୍ଭ କରିଦେଲେଣି । ବିରୋଧି ନେତା ଧର୍ମେନ୍ଦ୍ରଙ୍କୁ ମାତ ଦେଇ ସମ୍ୱଲପୁର ମାଟିରେ ରାଜ କରିବେ ବିଜେଡି ଭେଟରାନ ବବି ଭାଇ ।

author

Related Articles

Leave a Reply

Your email address will not be published. Required fields are marked *