ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ଆଗାମୀ ସାଧାରଣ ନିର୍ବାଚନକୁ ହାତ ଗଣତି ଦିନ କେଇଟା ବାକି ରହିଛି । ରାଜ୍ୟରେ ବିଜେଡି ସରକାରକୁ ଧ୍ୱସଂ କରିବା ପାଇଁ ଅଙ୍କ କଶୁଛନ୍ତି ଭାରତୀୟ ଜନତା ପାର୍ଟିର ନେତାମାନେ । ଘନ ଘନ ଓଡିଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାୟଗଡ଼ା ଓ ଭବାନୀପାଟଣାରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଦଳୀୟ କର୍ମୀଙ୍କୁ ବିଜୟର ଗୁରୁମନ୍ତ୍ର ଦେବେ ରାଜନାଥ । ପ୍ରତିରକ୍ଷା ମନ୍ତ୍ରୀ ଆସୁଥିବାରୁ ବିଜେପି କର୍ମୀଙ୍କ ମନରେ ମଧ୍ୟ ଉତ୍ସାହ ବଢ଼ିଛି । ରାଜନାଥଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆଜି କୋରାପୁଟ ଆସି ବିଭିନ୍ନ ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *