ଷ୍ଟାର ପ୍ରଚାରକ ତାଲିକାରୁ ବିଦା ହେଲେ ଅପରାଜିତା !

ଷ୍ଟାର ପ୍ରଚାରକ ତାଲିକାରୁ ବିଦା ହେଲେ ଅପରାଜିତା !

କମିଗଲା ମ୍ୟାଡାମ ଅପରାଜିତାଙ୍କ କ୍ରେଜ । ପ୍ରଥମେ ଦାୟିତ୍ୱ ଦେଇ ପରେ ଦାୟିତ୍ୱ ଛଡାଇ ଆଣିଲା ଦଳ । ହଁ ଆଜ୍ଞା, ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କୁ ଲାଗିଛି ଏକ ବଡ ଝଟକା । ନିର୍ବାଚନ ପାଖେଇ ଆସୁଥିବାରୁ ନିର୍ବାଚନୀ ମଇଦାନକୁ ସରଗରମ କରିବା ପାଇଁ କିଛି ଦିନ ପୂର୍ବରୁ ବିଜେପିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ଲିଷ୍ଟ ଘୋଷଣା ହୋଇଥିଲା । ଯେଉଁଥିରେ ରାଜ୍ୟର ଅନେକ ନେତାଙ୍କ ନାଁ ସାମିଲ ରହିଥିଲା । ଏଥିରେ ମ୍ୟାଡାମ ଅପରାଜିତାଙ୍କ ନାଁ ମଧ୍ୟ ୨୬ ନମ୍ବରରେ ସ୍ଥାନ ପାଇଥିଲା । କିନ୍ତୁ ଏବେ ସେଥିରେ ପରିବର୍ତ୍ତନ କରାଯାଇ ଅପରାଜିତାଙ୍କ ନାଁକୁ ଷ୍ଟାର ପ୍ରଚାରକ ଲିଷ୍ଟରୁ ବାଦ ଦିଆଯାଇଛି । ଖାଲି ଅପରାଜିତା ନୁହଁନ୍ତି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ୍ ପାତ୍ର ମଧ୍ୟ ଏହି ତାଲିକାରୁ ବାଦ ପଡିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ହଠାତ୍ ଏଭଳି ନିଷ୍ପତ୍ତି କାହିଁକି । ପ୍ରଥମେ ଦାୟିତ୍ୱ ଦେଇ ପରେ କାହିଁକି ଛଡାଇ ନେଲେ ତାକୁ ନେଇ ଦ୍ୱନ୍ଦ୍ୱ ବଢିଛି । ଅନ୍ୟପଟେ କିଛି ଦିନ ହେବ ଅପରାଜିତା ବିବାଦ ଘେରରେ ଫସିଯାଇଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଅପରାଜିତାଙ୍କ ପାଇଁ ଦଳରେ ଅସନ୍ତୁଷ୍ଟ ହୋଇ ଅନେକ ବିଜେପି ନେତା ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଥିଲେ । ତେବେ ଏହାକୁ ନେଇ ଦଳ ଅପରାଜିତାଙ୍କ ଉପରେ ଖପ୍ପା ଥିବା ମଧ୍ୟ ଆଲୋଚନା ଚାଲିଛି । ତେବେ ଏହି ଦୁଇ ଜଣ ନେତା ବିଜେପିର ଚର୍ଚ୍ଚିତ ଚେହେରା ହୋଇଥିବା ବେଳେ ପ୍ରଚାରକ ଲିଷ୍ଟରୁ ଏମାନଙ୍କୁ ବାଦ୍ ଦେବା ଅପରାଜିତାଙ୍କ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଦେଖାଯାଉ ଅପରାଜିତାଙ୍କ ବିନା ବିଜେପିର ପ୍ରଚାର କିପରି ରହୁଛି ଏବଂ ନିର୍ବାଚନରେ ଏହାର ପ୍ରଭାବ ପଡୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *