ନିର୍ବାଚନ ମଇଦାନରେ ସ୍ୱାମୀ-ସ୍ତ୍ରୀ !

ନିର୍ବାଚନ ମଇଦାନରେ ସ୍ୱାମୀ-ସ୍ତ୍ରୀ !

ପିପିଲି ରାଜନୀତିରେ ବଡ ଟୁଇଷ୍ଟ । ରାଜନୀତିର ମଇଦାନରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ । ଏଭଳି କିଛି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି । ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପତ୍ନୀ ଜାଗୃତି ପଣ୍ଡା ଯେବେଠାରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ନାମାଙ୍କନ ଭରିଛନ୍ତି, ସେବେଠାରୁ ଏ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବରୁ ନିଜ ସ୍ୱାମୀଙ୍କ ପାଇଁ ଭୋଟ ମାଗୁଥିବା ଜାଗୃତି ପଣ୍ଡା ହଠାତ୍ ଏଭଳି ନିଷ୍ପତି କାହିଁକି ନେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପିପିଲିରେ ମହାରଥୀ ପରିବାରର ଦବଦବା ରହିଆସିଥିବା ବେଳେ ଏଠାରୁ ୭ ୭ ଥର ବିଧାୟକ ଭାବେ ପ୍ରଦୀପ ମହାରଥୀ ଶାସନ ଚଳାଇଥିଲେ । କିନ୍ତୁ ତାଙ୍କ ଦେହାନ୍ତ ପରେ ଏବେ ଶାସନ ଭାର ତାଙ୍କ ପୁଅ ରୁଦ୍ର ମହାରଥୀଙ୍କ କାନ୍ଧରେ । କିନ୍ତୁ ହଠାତ ଜାଗୃତି ରାଜନୀତିରେ କେମିତି ଏଣ୍ଟ୍ରି ମାରିଲେ ଏବଂ ଏହା କରିବା ପଛରେ ରହସ୍ୟ କଣ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର । କିଛି ଦିନ ପୂର୍ବରୁ ସ୍ୱାମୀଙ୍କ ସହ ପ୍ରଚାରରେ ଯୋଗ ଦେଇ ତାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ଜାଗୃତି । କିନ୍ତୁ ଏବେ ନିଜେ ପ୍ରାର୍ଥୀ ହୋଇ ପିପିଲି ରାଜନୀତିର ଚିତ୍ର ବଦଳାଇଦେଇଛନ୍ତି । ଅନ୍ୟପଟେ ଚର୍ଚ୍ଚା ହେଉଛି କି, ସ୍ୱାମୀଙ୍କ ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜାଗୃତି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଯଦି ରୁଦ୍ରଙ୍କର ନାମାଙ୍କନରେ କିଛି ତ୍ରୁଟି ପରିଲକ୍ଷିତ ହୁଏ ତେବେ ତାଙ୍କ ନାମାଙ୍କନ ପତ୍ର ନାକଚ ହେବାର ସମ୍ଭାବନା ଥିବାରୁ ଜାଗୃତି ଏପରି କରିଥିବାର କୁହାଯାଉଛି । ତେବେ ଯଦି ଏଭଳି କିଛି ଆଶଙ୍କା ରହିଛି ତେବେ ରୁଦ୍ର ନାମାଙ୍କନ ଭରିବା ବେଳେ କାହିଁକି ଦୁଇ ସେଟ୍ ନାମାଙ୍କନ ପତ୍ର ଦାଖଲ କରିନଥିଲେ ତାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ରାଜନୀତିରେ ଘଡକେ ଘୋଡା ଛୁଟୁଥିବା ବେଳେ ଏବେ ମହାରଥୀ ପରିବାରକୁ ନେଇ ରାଜନୀତିର ମାହୋଲ ଉଷ୍ମ ରହିଛି । ତେବେ ଦେଖାଯାଉ ଜାଗୃତି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିସାରିଥିବା ବେଳେ ସେ ମଇଦାନକୁ ଭୋଟ ପାଇଁ ଓହ୍ଲାଉଛନ୍ତି ନା କେବଳ ସ୍ୱାମୀଙ୍କ ଭବିଷ୍ୟତ ପାଇଁ ସେ ଏପରି କରିଥିବା ଯେଉଁ ଚର୍ଚ୍ଚା ହେଉଛି ତାହା ସତରେ ପରିଣତ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *