ବର୍ଷା ଦେଲେ ଝଟକା ଘାଇଲା ଅନୁଭବ !

ବର୍ଷା ଦେଲେ ଝଟକା ଘାଇଲା ଅନୁଭବ !

ପୁଣି ବଢିଲା ଅନୁଭବଙ୍କ ଅଡୁଆ । ବର୍ଷା ଦେଲେ ଝଟକା ଘାଇଲା ହେଲେ ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି । ହଁ ଆଜ୍ଞା ପୁଣିଥରେ କୋର୍ଟର କାଠଗଡାକୁ ଟଣା ହେବେ କି ଅନୁଭବ ମହାନ୍ତି । ଦୀର୍ଘ ବର୍ଷ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲି ଆସୁଥିଲା ଏବଂ ମାନ୍ୟବର କୋର୍ଟ ଅନୁଭବଙ୍କ ସପକ୍ଷରେ ରାୟ ଦେବା ପରେ ଦୁହିଁଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଥିଲା । କିନ୍ତୁ ପୁଣିଥରେ ମୁଣ୍ଡ ଟେକିଲା ଉଭୟଙ୍କ ବିବାଦ । ହଁ ଆଜ୍ଞା ପୁଣିଥରେ ଅନୁଭବଙ୍କ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ତଥା ବିଜେଡିର ବଡଚଣା ବିଧାନସଭା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ । ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ବର୍ଷା । ଯେଉଁଥିପାଇଁ ଟେନସନର ବିଜେପି ନେତା । ଅନୁଭବଙ୍କ ବିରୋଧରେ ବର୍ଷାଙ୍କ ନିର୍ଯ୍ୟାତନା ଅଭିଯୋଗ ମାମଲାରେ କଟକ ଜେମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି । ବର୍ଷାଙ୍କୁ ଅନୁଭବ ମହାନ୍ତି ନିର୍ଯ୍ୟାତନା ଦେଉଥିବା ଥାନାରେ ଅଭିଯୋଗ କରିଥିଲ ବର୍ଷା । କିନ୍ତୁ ଏହାକୁ ଖଣ୍ଡନ କରି ଅନୁଭବ ମହାନ୍ତି କୋର୍ଟରେ ଡିସଚାର୍ଜ ଆବେଦନ କରିଥିଲେ ଏବଂ କହିଥିଲେ ଯେ ଏଥିରେ କୌଣସି ସତ୍ୟତା ନାହିଁ । ଅଭିଯୋଗକୁ ମିଥ୍ୟା ଦର୍ଶାଇ ଚାର୍ଜ ପିଟିସନ ଦାୟର କରିଥିଲେ ଅନୁଭବ । କିନ୍ତୁ ତାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । କୁହାଯାଉଛି କି ବର୍ଷାଙ୍କ ଉପରେ ହେଇଥିବା ଘରୋଇ ହିଂସା ସମ୍ପୂର୍ଣ୍ଣ ସତ ଏବଂ ପୋଲିସ ପାଖରେ ଏହାର ପ୍ରମାଣ ରହିଛି । ତେବେ ଏ ନେଇ ଆସନ୍ତା ମେ 10 ତାରିଖରେ ଚାର୍ଜଫ୍ରେମ ପାଇଁ ଜେମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *