ମୋଦି ନାରାରେ କମ୍ପୁଛି ଭୁବନେଶ୍ୱର

ମୋଦି ନାରାରେ କମ୍ପୁଛି ଭୁବନେଶ୍ୱର

ମୋଦିଙ୍କ ନାରାରେ ଆଜି କମ୍ପିବ ରାଜଧାନୀ । ସାରା ରାଜଧାନୀରେ ଗୋଟିଏ ସ୍ୱର ବହିବ ସେ ହେଉଛି ମୋଦିଙ୍କ ନାମ । ଆଜି ଓଡିଶା ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନୀ ପ୍ରଚାର ପାଇଁ ଦ୍ୱିତୀୟଥର ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାତି ୮ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଏହା ପରେ ରାଜ୍ୟ ବିଜେପି ନେତାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବେ । ରାତି ସାଢ଼େ ୮ଟା ବେଳେ ଜନପଥରେ ରୋଡ୍ ସୋ’ କରିବେ ମୋଦୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ରହିବ ଏହି ରୋଡ୍ ସୋ’ । ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଞ୍ଚ ପ୍ରସ୍ତୁତ ହୋଇଛି । ରାତି ସାଢ଼େ ୯ଟାରେ ରୋଡ୍ ସୋ’ ସରିବା ପରେ ରାଜଭବନ ଅଭିମୁଖେ ବାହାରିଯିବେ ମୋଦୀ । ଯେଉଁଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ତିନୋଟି ସ୍ଥାନରେ ପ୍ରଚାର କରିବେ ମୋଦୀ । ପୂର୍ବାହ୍ନରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ବିଜୟ ସଙ୍କଳ୍ପ ସମାବେଶରେ ମୋଦୀ ଯୋଗଦେବେ ।ରୋଡ୍ ସୋ’ ପାଇଁ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବ । ସେହିପରି ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ ।

author

Related Articles

Leave a Reply

Your email address will not be published. Required fields are marked *