୨୪’ ପାଇଁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ

୨୪’ ପାଇଁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ

ପୁଣି ଥରେ ମାଷ୍ଟରଷ୍ଟ୍ରୋକ ଖେଳିଗଲେ ବିଜେଡି ସୁପ୍ରିମୋ । ଦଳର ନିର୍ବାଚନୀ ଇସ୍ତାହାରରେ ପୁରୁଣା ଗୋଟି ଚଳାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ୨୦୨୪ ନିର୍ବାଚନୀ ବୈତରଣୀ ପାର କରିବାକୁ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ଫୋକସରେ ରଖିଛି ବିଜୁ ଜନତା ଦଳ । ଏଥିପାଇଁ ୯ ବିନ୍ଦୁ ବିଶିଷ୍ଟ ନିର୍ବାଚନୀ ଇସ୍ତାହାରରେ ଏପରି କିଛି ପ୍ରତିଶୃତି ଦିଆଯାଇଛି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ଏହି ଇସ୍ତାହାରରେ ସବୁଠୁ ଆଗରେ ରହିଛି ମାଗଣା ବିଜୁଳିର ପ୍ରତିଶୃତି । ଯାହା ବିଜେଡି ପାଇଁ ନିର୍ବାଚନରେ ବ୍ରହ୍ମାସ୍ତ୍ର ସାଜିବ ବୋଲି କୁହାଯାଉଛି । ୨ ଟଙ୍କିଆ ଚାଉଳ ଏବଂ ବିଏସକେୱାଇ ଭଳି ମାଗଣା ବିଜୁଳି ଘୋଷଣା ବିଜେଡିର ବିଜୟ ପଥ ପରିସ୍କାର କରିବ ବୋଲି ଆଲୋଚନା ଚାଲିଛି ।ଅନ୍ୟପଟେ ୨ ଟଙ୍କିଆ ଚାଉଳ ମଧ୍ୟ ଭୋଟରଙ୍କୁ ବିଜେଡି ପ୍ରତି ଆତ୍କୃଷ୍ଟ କରିପାରେ ବୋଲି ଆଶଙ୍କା ବଢିଛି । କାରଣ ଏହା ପୂର୍ବରୁ ୨୦୦୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଥିଲେ । ଯାହାର ସିଧାସଳଖ ପ୍ରଭାବ ୨୦୦୯ ନିର୍ବାଚନରେ ପଡିଥିଲା । ସେହିପରି ୨୦୧୮ରେ ବିଏସକେୱାଇ ଭଳି ଜନକଲ୍ୟାଣକାରୀ ଯୋଜନାକୁ ଲୋକେ ବେଶ୍ ପସନ୍ଦ କରିଥିଲେ । କିନ୍ତୁ ସେତେ ବେଳେ ଏହି ଯୋଜନାରେ ଅଳ୍ପ ସଂଖ୍ୟକ ଲୋକେ ଜଡିତ ହୋଇଥିବା ବେଳେ ଚଳିତ ଘୋଷଣାପତ୍ରରେ ହିତାଧୀକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯେଉଁଥିରେ ମଧ୍ୟବିତ୍ତପରିବାର, ସରକାରୀ କର୍ମଚାରୀଙ୍କ ସମେତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯିବ । ତେବେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଜେଡିର ନିର୍ବାଚନୀ ଇସ୍ତାହାର ହୋଇଥିବାରୁ ଏହି ଘୋଷଣା ବିଜେଡି ପାଇଁ ଗେମଚେଞ୍ଜର ସାଜିପାରେ ବୋଲି ସାଧାରଣରେ ଆଲୋଚନା ଜୋର ।

author

Related Articles

Leave a Reply

Your email address will not be published. Required fields are marked *