ରାଉରକେଲାରେ ପାଣ୍ଡିଆନଙ୍କ ପ୍ରଚାର

ରାଉରକେଲାରେ ପାଣ୍ଡିଆନଙ୍କ ପ୍ରଚାର

ବିଜେଡିର ହେଭିୱେଟ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭିକେ ପାଣ୍ଡିଆନ । ବିଜେଡିର ପ୍ରଚାରକ ତାଲିକାରେ ତାଙ୍କ ନାମ ଆସିବା ପରେ ଜିଲ୍ଲାକୁ ଜିଲ୍ଲା ବୁଲି ନିର୍ବାଚନୀ ପ୍ରଚାର ଜୋର କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ । ରାଉରକେଲାରେ ପହଞ୍ଚିଛନ୍ତି ଭିକେ ପାଣ୍ଡିଆନ । ଆଜି ସକାଳୁ ରାଉରକେଲାର ସେକ୍ଟର 3ରେ ଥିବା ଜଗନ୍ନାଥଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଶ୍ରୀ ଭିକେ ପାଣ୍ଡିଆନ । ତାହା ସହିତ ମନ୍ଦିରର ସେବାୟତ ମାନଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ଗତକାଲି ସନ୍ଧ୍ୟାରେ ପାଣ୍ଡିଆନ୍ ରୋଡ୍ ସୋ’ କରିଥିଲେ । ଗତକାଲିଠାରୁ ରାଉରକେଲା ଗସ୍ତରେ ଅଛନ୍ତି ଭି.କେ ପାଣ୍ଡିଆନ୍ । ପ୍ରଥମେ ତଳସରା ବିଧାନସଭା କ୍ଷେତ୍ର ଓ ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଦୀଳୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଏହା ପରେ ସବଡେଗା ବ୍ଲକ ପଡ଼ିଆରେ ଆୟୋଜିତ ବିଶାଳ ନିର୍ବାଚନୀ ସମାବେଶରେ ଯୋଗଦେଇଥିଲେ ।

author

Related Articles

Leave a Reply

Your email address will not be published. Required fields are marked *