ବିଜେପିର ସମୀକରଣ ବିଗାଡିବେ ବାପି ଓ ସମ୍ୱିତ !

ବିଜେପିର ସମୀକରଣ ବିଗାଡିବେ ବାପି ଓ ସମ୍ୱିତ !

ଜଗତସିଂହପୁର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ପାରାଦୀପ । ବିଜେଡିର ଜଣେ ବରିଷ୍ଠ ନେତା ଦାମ ରାଉତଙ୍କ ପରେ ତାଙ୍କ ପୁଅ ସମ୍ୱିତ ରାଉତରାୟ ପାରାଦୀପ ଗାଦିରେ ରାଜ କରୁଥିଲେ । କିନ୍ତୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ପାରାଦୀପରେ କିଛି ଭିନ୍ନ ରଣନୀତି କରିଛି । ସମ୍ୱିତ ରାଉତରାୟଙ୍କ ବଦଳରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ଟିକେଟ ଦେଇଛି ବିଜୁ ଜନତା ଦଳ । ଅନ୍ୟପଟେ ବିଜେପି ଏଠାରେ ପ୍ରାର୍ଥୀ ରିପିଟ କରାଇଛି ସଂପଦ ସ୍ୱାଇଁଙ୍କୁ ପୁଣିଥରେ ଟିକେଟ ଦେଇଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଧାନସଭା ଆସନରେ ବ୍ୟକଫୁଟରେ ରହିଥିବା ବିଜେପି ପାଇଁ ଏଥର ଜିତିବ ସହଜ ହେବ ନାହିଁ ।

କାହିଁକିନା ବିଜେଡି ଏଠାରେ ମହିଳା କାର୍ଡ ଖେଳି ଗୀତାଞ୍ଜଳୀଙ୍କୁ ଟିକେଟ ଦେଇଛି । ଏବଂ ଅନ୍ୟପଟେ କଂଗ୍ରେସ ନେତା ବାପି ସର୍ଖେଲ କଂଗ୍ରେସ ଛାଡିଛନ୍ତି ଏବଂ ତାଙ୍କ ପତ୍ନୀ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିର ସାମିଲ ହୋଇଛନ୍ତି । ଯେଉଁଥି ପାଇଁ ଚର୍ଚ୍ଚା ହେଉଛି ପାରାଦୀପରେ ଭୋଟ ସବୁ ଭାଗ ଭଗା ହୋଇପାରେ । ଦଳ ଛାଡିବା ପରେ ବାପିଙ୍କ ସମର୍ଥକମାନେ ଆଉ କଂଗ୍ରେସକୁ ଭୋଟ ନ ଦେଇ ପାରନ୍ତି । ବାପିଙ୍କ ସମର୍ଥକମାନେ ସବୁ ବିଜେଡି ମୁହାଁ ଏବଂ ବିଜେଡି ହାତକୁ ଚାଲିଯିବ ପାରାଦୀପ ବିଧାନସଭାର ପ୍ରାୟ ଜନତାଙ୍କ ଭୋଟ । ଯେଉଁଥିପାଇଁ ଚିନ୍ତାରେ ପଡିଛି ବିଜେପି । ବିଜେଡି ଏଭଳି ମାଷ୍ଟର ପ୍ଲାନ ଖେଳି ପାରାଦୀପ ଗଡକୁ ପୁଣିଥରେ ନିଜ ହାତକୁ ନେବାକୁ ଚେଷ୍ଟା କରିଛି । ଅନ୍ୟପଟେ ଏହି ଆସନରେ କଂଗ୍ରେସ କଥା ତ ନ କହିବା ଭଲ । ତେବେ ଚଳିଥ ତ ନିର୍ବାଚନରେ କଣ ହେବ ପାରାଦୀପର ରାଜନୈତିକ ଗଣିତ ତାହା ଉପରେ ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *