ମତଦାନକୁ ନେଇ ଏପରି କହିଲେ ପାଣ୍ଡିଆନ…

ମତଦାନକୁ ନେଇ ଏପରି କହିଲେ ପାଣ୍ଡିଆନ…

ଆସନ୍ତାକାଲି ରାଜ୍ୟରେ ପଡିବ ପ୍ରଥମ ପର୍ଯ୍ୟାୟ ମତଦାନ । ତାହା ପୂର୍ବରୁ ଅନ୍ୟ ବିଧାନସଭା ଆସନ ଗୁଡିକରେ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ବଙ୍ଗୋମୁଣ୍ଡାରେ ବଡ ବୟାନ ଦେଲେ ଭିକେ ପାଣ୍ଡିଆନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ପାଣ୍ଡିଆନ । ଜନସଭାରେ କହିଛନ୍ତି, ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବ । ବିଜେଡି ପ୍ରଥମ ପର୍ଯ୍ୟାୟରେ ୯୦% ଆସନରେ ବିଜୟୀ ହେଉଛି । ବିରୋଧୀ ଦଳର ସାହସ ଅଛି ତ କୁହନ୍ତୁ ପ୍ରଥମ ପର୍ଯ୍ୟାୟରେ କେତୋଟି ଆସନରେ ବିଜୟୀ ହେବେ । ଏହାସହ ପାଣ୍ଡିଆନ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିଜେଡିକୁ ବହୁମାତ୍ରାରେ ଭୋଟ ଦେଇ ବିଜୟୀ କରାଇବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ ।

author

Related Articles

Leave a Reply

Your email address will not be published. Required fields are marked *