ଭୋଟିଂ ପାଇଁ ନିୟୋଜିତ ହେଲେ ୧୭ ହଜାର ପୋଲିସ୍

ଭୋଟିଂ ପାଇଁ ନିୟୋଜିତ ହେଲେ ୧୭ ହଜାର ପୋଲିସ୍

ରାତି ପାହିଲେ ରାଜ୍ୟରେ ପଡିବ ଭୋଟ । ଏହାପୂର୍ବରୁ ପ୍ରସ୍ତୁତି ଚରମସୀମାରେ ପହଁଞ୍ଚିଛି । ତେବେ ପ୍ରସ୍ତୁତି ସମ୍ପର୍କରେ ପୋଲିସ ଡିଜି ଅରୁଣ ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି । ନିର୍ବାଚନ ପରିଚାଳନା ପାଇଁ ୯ ଜିଲ୍ଲାରେ ୬୦୦ ମୋବାଇଲ ପାଟ୍ରୋଲିଂ ଟିମ୍ ରହିବେ । ମାଓ ପ୍ରବଣ ଅଞ୍ଚଳ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ସୀମାରେ କଡ଼ାକଡ଼ି ଚେକିଂ କରୁଥିବା ନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି ।ନିର୍ବାଚନ କମିଶନଙ୍କ ନିର୍ଦେଶରେ ଫ୍ଲାଇଂ ସ୍କ୍ବାର୍ଡ ଗଠନ ହୋଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ୨୧୦ ଫ୍ଲାଇଂ ସ୍କ୍ବାର୍ଡ ସଜାଗ ଅଛନ୍ତି । ନିର୍ବାଚନ ପରିଚାଳନା ପାଇଁ ୧୭ ହଜାର ପୋଲିସ ମୁତୟନ ହେବେ । ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର‌୍ୟ୍ୟାୟ ଭୋଟଗ୍ରହଣ ହେବ । କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଏବଂ କୋରାପୁଟ ଲୋକସଭା ସମେତ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ଲାଗି ମତଦାନ ହେବ । ଏଥିପାଇଁ ଏବେ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି ।

author

Related Articles

Leave a Reply

Your email address will not be published. Required fields are marked *