ବିଜେଡିକୁ ମନମୋହନଙ୍କ ଟାର୍ଗେଟ

ବିଜେଡିକୁ ମନମୋହନଙ୍କ ଟାର୍ଗେଟ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠାରୁ ଆରମ୍ଭ ହୋଇଯାଇଛି । ସାଧାରଣ ଜନତାଠୁ ନେତା ସମସ୍ତେ ଭୋଟ ଦେଉଛନ୍ତି । ତିନି ରାଜନୈତିକ ଦଳମାନଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢୁଛି । ଆଜି ଏକ ମେଗା ସାମ୍ୱାଦିକ ସମ୍ମିଳନୀ କରି ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ବିଜେପି ନେତା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଜେଡିକୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି ବିଜେଡି ବିଭିନ୍ନ କଥା କହି ଓଡିଶାର ଜନତାଙ୍କୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରାଉଛି । ତେଣୁ ଲୋକେ ଏବେ ସବୁ ବୁଝିଲେଣି ସେ ଆଉ ବିଜେପିକୁ ଭୋଟ ଦେବାକୁ ଚାହୁଁନାହାନ୍ତି । ସେଥିପାଇଁ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି । ଏବେ ଓଡିଶାର ଲୋକଙ୍କୁ ସାମନା କରିବାକୁ ବିଜେଡି ପାଖରେ ନୈତିକ ସାହାସ କି ଆତ୍ମବିଶ୍ୱାସ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *