ମେ ଶେଷ ସପ୍ତାହରେ ଘୃର୍ଣ୍ଣିବଳୟ !

ମେ ଶେଷ ସପ୍ତାହରେ ଘୃର୍ଣ୍ଣିବଳୟ !

ରାଜ୍ୟରେ ଏବେ ତାତିରୁ ସାମାନ୍ୟ ଆସ୍ୱସ୍ତି ମିଳିଛି । ନାହିଁ ନଥିବା ଗ୍ରୀଷ୍ମ ପ୍ରବାହକୁ ସାମ୍ନା କରୁଥିବା ରାଜ୍ୟବାସୀ ଏବେ ଶାନ୍ତିରେ ନିଶ୍ୱାସ ନେଉଛନ୍ତି । ମାସ ଶେଷରେ ଘୂର୍ଣ୍ଣିବଳୟ, ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ପ୍ରଭାବରେ ୨୩ ମେ ବେଳକୁ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁବା ନେଇ ଆକଳନ କରାଯାଉଛି । ତେବେ ଓଡ଼ିଶାରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ କି ନାହିଁ ଏହା ୧୯ ତାରିଖ ପରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ କାଳବୈଶାଖି ପ୍ରଭାବରେ ତାତିରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ ୧୬ ତାରିଖ ପରେ ପୁଣିଥରେ ପାରଦ ୪୦ଡିଗ୍ରୀ ଉପରକୁ ଡେଇଁପାରେ । ବିଗତ 24 ଘଣ୍ଟାରେ ରାଜ୍ୟରେ କିଛି କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖାଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *