ବୁଡିଗଲା ଶ୍ରୀମୟୀଙ୍କ ରାଜନୈତିକ ଭବିଷ୍ୟତ !

ବୁଡିଗଲା ଶ୍ରୀମୟୀଙ୍କ ରାଜନୈତିକ ଭବିଷ୍ୟତ !

ଦର୍ଶକବନ୍ଧୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ ବି ସାମ୍ନାକୁ ଆସି ନାହାନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ହଁ ଦର୍ଶକବନ୍ଧୁ ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି ହେଲେ କେବେ ସେ ମଇଦାନକୁ ଓହ୍ଲାଇବେ । ସେ ନେଇ ଦ୍ୱନ୍ଦ ବଢିବାରେ ଲାଗିଛି । ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ହେବା ପାଇଁ ବିଜେଡି ତାଙ୍କୁ ଯେଉଁ ସୁନେଲି ସ୍ୱପ୍ନ ଦେଖାଇଥିଲା ତାହା ତ ଚୁରମାର ହୋଇଗଲା । ତା ସାଙ୍ଗକୁ ମିଳିଲା ଲଜ୍ୟା ଓ ଅପମାନ । ଶ୍ରୀମୟୀଙ୍କୁ ଠକି ଦେଇ ଅନ୍ୟଜଣେଙ୍କୁ ଟିକେଟ ଦେଇଦେଲେ । ତଥାପି ଆସା ଛାଡି ନଥିଲେ ବିଜେଡିର ହେଭିୱେଟ ନେତ୍ରୀ ଶ୍ରୀମୟୀ ମିଶ୍ର । ଭାବିଥିଲେ ଅନ୍ୟ କୌଣସି ଆସନରୁ ହୁଏତ ଟିକେଟ ମିଳିଯାଇପାରେ କିନ୍ତୁ ଶେଷରେ ଏକ ନୂଆ ପଦବୀ ଛଡା ଆଉ କିଛି ବି ମିଳିଲାନି । ଯାହା ତାଙ୍କୁ ବହୁତ ବାଧିଛି ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ତ ସେ ଏ ପର୍ଯ୍ୟନ୍ତ ବି ରାଜ୍ୟ ରାଜନୀତିରେ ସକ୍ରିୟ ହେଉନାହାନ୍ତି କି ମଇଦାନକୁ ଓହ୍ଲାଉ ନାହାନ୍ତି । ଦଳ ଶ୍ରୀମୟୀଙ୍କୁ ଧୋକା ଦେଇ ଛାଡିଦେଲା କିନ୍ତୁ ଶ୍ରୀମୟୀ ଏବେ ମୋଦିଙ୍କ ଶରଣାଗତ ହୋଇପାରନ୍ତି ବୋଲି ଆଲୋଚନା ସମାଲୋଚନା ଲାଗି ରହିଛି । ଏହାପୂର୍ବରୁ ସେ ବିଜେପିରେ ମିଶିବେ ଏବଂ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇ ବିଧାନସଭା ଟିକେଟରେ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ସେପରି କିଛି ବି ହେଲାନି । ନା ବିଜୁ ଜନତା ଦଳ ପଚାରିଲା ନା ଭାରତୀୟ ଜନତା ପାର୍ଟି । ନା ଏ କୂଳର ନା ସେ କୂଳର ହୋଇପାରିଲେ ଶ୍ରୀମୟୀ ମିଶ୍ର । ତାଙ୍କର ରାଜନୈତିକ ଭବିଷ୍ୟତ ବୁଡି ଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *