ଚା ଓ କଫିକୁ ନେଇ ଆଇସିଏମଆରର ସତର୍କତା

ଚା ଓ କଫିକୁ ନେଇ ଆଇସିଏମଆରର ସତର୍କତା

ସାଧାରଣତଃ ଲୋକମାନେ ଚା,କଫି ପିଇବା ପାଇଁ ଅତ୍ୟଧିକ ଭଲପାଇଥାନ୍ତି । କିନ୍ତୁ ଏହି ଚା କଫି ଉପରେ ଆଇସିଏମଆରର ତଥା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ସେଣ୍ଟରର ସତର୍କତା । ଭାରତୀୟଙ୍କ ଡାଏଟକୁ ନେଇ 17ଟି ନୂଆ ଡାଏଟାରୀ ଗାଇଡଲାଇନ ଜାରି କରିଛି ଆଇସିଏମଆର । ଅଧିକାଂଶ ଭାରତୀୟଙ୍କ ଚା, କଫି ଅଭ୍ୟାସ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ତାହା ଉପରେ ଆଲୋକପାତ କରିଛି ଆଇସିଏମଆର । ଚା, କଫିରେ ଥିବା କାଫିନ ଶରୀରର ସେଂଟ୍ରାଲ ନର୍ଭସ ସିଷ୍ଟମ ତଥା ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରିଥାଏ । ମାନସିକସ୍ତରରେ ଏଥିପ୍ରତି ଦୁର୍ବଳତା ବଢିଥାଏ । ଦିନକୁ ୩୦୦ ଗ୍ରାମ କାଫିନ ପିଇହେବ , ତାଠୁ ଅଧିକ ପିଇଲେ ଏହା ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ ବୋଲି ଆଇସିଏମଆର କହିଛି । ତେବେ ଖାଇବାର ଏକ ଘଣ୍ଟ ପୂର୍ବରୁ ଅବା ପରେ ଚା ଏବଂ କଫି ପିଇବାକୁ ପରାମର୍ଶ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *