ଉନ୍ମୋଚିତ ହେଲା ‘ମୋ ବୁଥ୍‌’ ଆପ୍

ଉନ୍ମୋଚିତ ହେଲା ‘ମୋ ବୁଥ୍‌’ ଆପ୍

ଏଣିକି ସହରାଞ୍ଚଳରେ ସଚେତନ ହେବେ ଭୋଟର । ଭୋଟରଙ୍କ ପାଇଁ ଉନ୍ମୋଚିତ ହେଲା ମୋ ବୁଥ୍ ଆପ୍ । ଭୋଟରମାନଙ୍କୁ ସଚେତନ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଏହାରି ମାଧ୍ୟମରେ ଭୁବନେଶ୍ୱରରେ କେଉଁଠି ଦେବେ ଭୋଟ୍ କେଉଁଠି ରହିଛି ବୁଥ୍ ସମସ୍ତ ତଥ୍ୟ ହାତ ପାହାନ୍ତାରେ ପାଇବେ। ମୋବାଇଲ୍ ଦେଖି ଜାଣିପାରିବେ ଲୋକେସନ। ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚନ କରାଯାଇଛି। ଯାହାକୁ ଉନ୍ମୋଚନ କରିଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ। ଏହି ଆପ୍ ଯୋଗେ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ। ଗତଥର ଭୁବନେଶ୍ୱରରେ ମତଦାନ ହାର ୫୦ପ୍ରତିଶତରୁ କମ୍ ଥିଲା। ମାତ୍ର ଏହି ଆପ୍ ଭୁବନେଶ୍ୱରରେ ଭୋଟରଙ୍କୁ ୟୁନିକ୍ ଭୋଟିଂ ଏକ୍ସପେରିମେଣ୍ଟ ଦେବ।

author

Related Articles

Leave a Reply

Your email address will not be published. Required fields are marked *