ନିର୍ବାଚନ ପୂର୍ବରୁ ହଟହଟା ହେଲେ ଦୀପାଳି !

ନିର୍ବାଚନ ପୂର୍ବରୁ ହଟହଟା ହେଲେ ଦୀପାଳି !

ବିବାଦରେ ପଡିଲେ ଝାରସୁଗୁଡା ବିଜେଡିର ବିଧାୟକ ପ୍ରାର୍ଥୀ ଦୀପାଳି ଦାସ । ନିର୍ବାଚନ ପୂର୍ବରୁ ନିଜେ କହିଥିବା କଥାକୁ ନେଇ ହଟହଟା ହେଲେ ଦୀପାଳି । ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସ୍ୱର୍ଗତ ନବ ଦାସଙ୍କ ହତ୍ୟାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ଦୀପାଳୀଙ୍କ ମାଆ ଏବଂ ଭାଇ ଏହା ପଛରେ ଷଡଯନ୍ତ୍ର ଥିବା କହୁଥିବା ବେଳେ ଦୀପାଳୀ ନିଜ ବାପାଙ୍କୁ ସହିଦ କହି ବିବାଦ ଘେରରେ ଫସିଯାଇଛନ୍ତି । ଗୋଟିଏ ପରିବାରର ଭିନ୍ନ ଭିନ୍ନ କଥା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଦୀପାଳି ନିଜ ବାପାଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଘେରିବା ବଦଳରେ ଝାରସୁଗୁଡା ପାଇଁ ସହିଦ ହୋଇଯିବା କଥାକୁ ସାଧାରଣରେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଉ ଏହାକୁ ଏବେ ରାଜନୈତିକ ମୁଦ୍ଦା କରିଛନ୍ତି ବିରୋଧୀ ନେତା । ବିଜେପି ନେତା ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ଦୀପାଳୀ ନିଜ ବାପାଙ୍କୁ ଶହିଦ କହିବା ଶହିଦମାନଙ୍କୁ ଅପମାନିତ କରିବା ଭଳି । ଏହା ସହ ସହିଦର ଆଖ୍ୟା କାହାକୁ ଦିଆଯାଏ ସେ ସମ୍ପର୍କରେ ମଧ୍ୟ ଏକ ଟିପ୍ପଣୀ ସେ ଦୀପାଳୀଙ୍କୁ ଦେଇଛନ୍ତି । ଅନ୍ୟପଟେ ବାପାଙ୍କ ମୃତ୍ୟୁ ପରେ ଦୀପାଳୀ ଅନୁକମ୍ପା ଭୋଟ ହାତେଇବା ପରେ ଏବେ ତାଙ୍କ ସ୍ୱର କିପରି ବଦଳିଗଲା ତାକୁ ନେଇ ଆଲୋଚନା ଜୋର ଧରିଛି । ତେବେ ଦୀପାଳୀଙ୍କ ଏଭଳି ବୟାନବାଜିର ପ୍ରଭାବ ଦୀପାଳୀଙ୍କ ଭୋଟବ୍ୟାଙ୍କରେ କିପରି ପ୍ରତିଫଳିତ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *