ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ

ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ

ଆଜି ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ରାଜ୍ୟରେ ନିର୍ବାଚନ ପାଇଁ ସମସ୍ତ ଦଳର ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଏବେ କଂଗ୍ରେସ ମଧ୍ୟ ରାଜ୍ୟରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡିଛିି । ଏବଂ ପ୍ରଚାର ମଇଦାନକୁ ହୁଲସ୍ତୁଲ କରିବା ପାଇଁ ଦିଲ୍ଲୀର ଶୀର୍ଷ ନେତୃତ୍ୱ ଓଡିଶା ଛୁଟୁଛନ୍ତି । ଆଉ ଏହି କ୍ରମରେ ଆଜି କନ୍ଧମାଳ ଗସ୍ତରେ ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ । ଏକ ସମାବେଶରେ ଯୋଗ ଦେବା ସହ ଅପରାହ୍ନରେ ମଲିକାର୍ଜୁନ ଖଡ଼ଗେ ଫୁଲବାଣୀରେ ପହଞ୍ଚିବେ । ପରେ ସ୍ଥାନୀୟ କରୋନେସନ ପଡ଼ିଆରେ ଆୟୋଜିତ କଂଗ୍ରେସ ମହାସମାବେଶରେ ଯୋଗ ଦେବେ। ସେଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା ସୂଚନା ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *