ବିଜେଡି ପ୍ରାର୍ଥୀଙ୍କୁ ଫୁଲ ବଦଳରେ ଜୋତାମାଳ

ବିଜେଡି ପ୍ରାର୍ଥୀଙ୍କୁ ଫୁଲ ବଦଳରେ ଜୋତାମାଳ

ନିର୍ବାଚନ ପୂର୍ବରୁ ହଟହଟା ହେଲେ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ । ନିର୍ବାଚନୀ ପ୍ରଚାରରେ ଥିବା ବେଳେ ସନତାନଙ୍କୁ ଫୁଲମାଳ ବଦଳରେ ଚପଲ ମାଳ ପିନ୍ଧାଇଲେ ସାଧାରଣ ଜନତା । ରାଜ୍ୟରେ ନିର୍ବାଚନର ମାହୋଲ ଜମୁଥିବା ବେଳେ ଦ୍ୱିତୀୟ ପ ର୍ଯ୍ୟାୟ ମତଦାନ ପାଇଁ ରେଡୀ ହେଉଛନ୍ତି ନେତା । ଆଉ ଏଥିପାଇଁ ପ୍ରଚାର କରୁଥିବା ବେଳେ କେଉଁଠି ପ୍ରାର୍ଥୀଙ୍କୁ ସମର୍ଥନ ମିଳୁଛି ତ ଆଉ କେଉଁଠି ପ୍ରାର୍ଥୀଙ୍କ ଉପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ବିରୋଧ ପ୍ରଦର୍ଶନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଉ ଏବେ ଏହାର ଶିକାର ହୋଇଛନ୍ତି ଚମ୍ପୁଆ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ସନାତନ ମହାକୁଡ । ପ୍ରଚାରରେ ଥିବା ବେଳେ ସନାତନଙ୍କୁ ଜଣେ ବ୍ୟକ୍ତି ଜୋତା ମାଳ ପିନ୍ଧାଉଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ସନାତନଙ୍କ ଭଳି ଅନେକ ସ୍ଥାନରେ ବିଜେଡି ନେତାଙ୍କୁ ବିରୋଧ କରାଯାଉଥିବା ବେଳେ ଏହାର ପ୍ରଭାବ ନିବାଚନରେ କଣ ପଡିବ ତାକୁ ନେଇ ଆଲୋଚନା ଜୋର ଧରିଛି ।

author

Related Articles

Leave a Reply

Your email address will not be published. Required fields are marked *