ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ

ଭୁବନେଶ୍ୱରରେ ବଲିଉଡ ଅଭିନେତ୍ରୀ ହେମା ମାଳିନୀ

ଚଳିତ ନିର୍ବାଚନରେ ଓଡିଶାକୁ ନିଜ କବଜାକୁ ନେବାକୁ ସବୁ ଦଳ ଜୋରଦାର କସରତ କରୁଛନ୍ତି । ଖାସ କରି ବିଜେପିର ଫୋକସରେ ରହିଛି ଓଡିଶା । ଏଥିପାଇଁ ନିର୍ବାଚନ ବିଗୁଲ ବାଜିବା ପରଠୁ ରାଜ୍ୟକୁ କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱଙ୍କ ସୁଅ ଛୁଟୁଛି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ନେତା ଏପରିକି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡିଶାକୁ ଆସି ପ୍ରଚାର ମଇଦାନକୁ ହୁଲସ୍ତୁଲ କରୁଛନ୍ତି । ଆଉ ଏହାରି ମଧ୍ୟରେ ଆଜି ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମା ମାଳିନୀ । ହେମା ଆଜି ରାଜ୍ୟରେ ନିଜ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିବାକୁ ଆସିଛନ୍ତି । ସାଲିଆସାହିରେ ଏକ ଜନସଭାକୁ ସମ୍ଭୋଧିତ କରି ସେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *