ବିଜେପିରୁ ଆଉଟ୍ ହେଲେ ବିଜୟ ମହାପାତ୍ର

ବିଜେପିରୁ ଆଉଟ୍ ହେଲେ ବିଜୟ ମହାପାତ୍ର

ବିଜେପିରୁ ଆଉଟ୍ ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଆଜି ଦଳ ତାଙ୍କୁ ବହିଷ୍କୃତ କରିଛି । ଦଳ ବିରୋଧୀ କା ଯ୍ୟ ଏବଂ ଅନୁଶାସନ ଭଙ୍ଗ ଅଭିଯୋଗରେ ତାଙ୍କ ବିରୋଧରେ ଏଭଳି କାଯ୍ୟାନୁଷ୍ଠାନ ନେଇଛି ଦଳ । ବିଜୟଙ୍କ ସହିତ ଶାରଦା ପ୍ରଧାନ ଏବଂ ରାକେଶ ମଲ୍ଲିକଙ୍କୁ ବି ବିଜେପି ଦଳରୁ ବିଦା କରିଥିବା ସୂଚନା ମିଳିଛି । ମାହାଙ୍ଗାର ଶାରଦା ପ୍ରଧାନ ଓ ସୋରର ରାକେଶ ମଲ୍ଲିକ ଟିକେଟ ନମିଳିବାରୁ ସ୍ୱାଧୀନ ଭାବେ ନାମାଙ୍କନ କରିଛନ୍ତି। ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ାର ଜଣାଶୁଣା ଚେହେରା ବିଜୟ ମହାପାତ୍ର। ବିଜେଡି ଗଠନ ବେଳେ ବିଜୟଙ୍କର ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା। ହେଲେ ବିଜେଡି ସହ ସମ୍ପର୍କ ତିକ୍ତତା ପରେ ବିଜେପିରେ ମିଶିଥିଲେ। ଏବେ ବିଜେପି ସହ ବି ଅଲଗା ହେବା ପରେ ତାଙ୍କ ପୁଅ ବିଜେଡିରେ ମିଶିଛନ୍ତି। ଯାହାକୁ କେନ୍ଦ୍ର କରି ବିଜେପି ଆଜି ତାଙ୍କୁ ଦଳରୁ ବିତାଡିତ କରିଥିବା ଆଲୋଚନା ଚାଲିଛି ।

author

Related Articles