ସାଲେପୁରରେ ଜିତିବା ପାଇଁ ବଳ ଗୋଟାଉଛନ୍ତି ଅରିନ୍ଦମ

ସାଲେପୁରରେ ଜିତିବା ପାଇଁ ବଳ ଗୋଟାଉଛନ୍ତି ଅରିନ୍ଦମ

ରାଜ୍ୟ ରାଜନୀତିରେ ଏଭଳି କିଛି ଚର୍ଚ୍ଚା ଏବେ ମୁଣ୍ଡ ଟେକିଛି । ବିଜେଡିରୁ ଟିକେଟ ନମିଳିବାର ପ୍ରତିଶୋଧ ନେବାକୁ ପୁରା ଫର୍ମରେ ରେଡି ହେଉଛନ୍ତି ଅରିନ୍ଦମ । ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର ରଖିଛନ୍ତି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସବୁ ଦଳର ନେତା ରେଡି ହେଲେଣି । ଆଉ ଏହାରି ମଧ୍ୟରେ କଟକ ସଂସଦୀୟ କ୍ଷେତ୍ରର ସାଲେପୁର ନିର୍ବାଚନ ମଣ୍ଡଳୀରେ ନେତାଙ୍କ ପ୍ରଚାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏଥର ଏହି ଆସନରେ ପ୍ରଥମ ଥର ପାଇଁ ବିଜେପି ଟିକେଟରୁ ନିର୍ବାଚନୀ ରଣାଙ୍ଗନୀକୁ ଅଭିନେତା ଅରିନ୍ଦମ ରାୟ ଓହ୍ଲାଇଛନ୍ତି । ସେ ପ୍ରଥମ ଥର ପାଇଁ ଚଳିତ ଥର ନିର୍ବାଚନ ଲଢୁଥିବାରୁ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଁଞ୍ଚୁଛନ୍ତି । ଏବଂ ଭୋଟରମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାକୁ ବଳ କଷୁଛନ୍ତି । କାରଣ ଅରିନ୍ଦମ ଯେଉଁ ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେ ଆସନରେ ବିଜେପି କେବେ ବି ଖାତା ଖୋଲିନି । ବିଜେଡି ଏବଂ କଂଗ୍ରେସ ଏହି ଆସନରେ ଶାସନ କରିଥିବା ବେଳେ ଏଥର ଏ ଆସନ ବିଜେପି ପାଖକୁ କିପରି ଆସିବ ସେନେଇ ରୋଡମ୍ୟାପ ପ୍ରସ୍ତୁତ କରି ଆଗେଇ ଚାଲିଛନ୍ତି ଅରିନ୍ଦମ । ଆଉ ଏଥିପାଇଁ କେବେ ରୋଡ ସୋ ତ ଆଉ କେବେ ପୂଜାର୍ଚ୍ଚନା କରି ଲୋକଙ୍କ ନିକଟତର ହେଉଛନ୍ତି । ଯାହାକୁ ଦେଖି ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ନିଦ ହଜିଯାଇଥିବା ଆଲୋଚନା ଚାଲିଛି । ଅନ୍ୟପଟେ ଏଥର ବି ଏହି ଆସନରୁ ପୂର୍ବତନ ବିଧାୟକ ପ୍ରଶାନ୍ତ ବେହେରା ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଆୟୁବ ଉଜମାନ ପ୍ରାର୍ଥୀ ହୋଇଛନ୍ତି । ତେବେ ୩ ଦଳର ପ୍ରାର୍ଥୀ ମାନେ ପ୍ରଚାର ପ୍ରସାରକୁ ଜୋରଦାର ରଖିଥିବା ବେଳେ ଭୋଟରମାନେ ଅରିନ୍ଦମଙ୍କ ପ୍ରତି ବେଶି ଆକୃଷ୍ଟ ହେଉଥିବା ନଜର ଆସିଛନ୍ତି । ବିଜେଡିରୁ ଟିକେଟ ନିମିଳିବାର ପ୍ରତିଶୋଧ ନେବା ପାଇଁ ସେ ଅଣ୍ଟା ଭିଡିବା ସହ କିପରି ଏଠାରେ ବିଜେଡିକୁ ଧୂଳି ଚଟାଇବେ ସେନେଇ ରେଡି ହେଉଛନ୍ତି । ତେବେ ୨୦୦୦ ମସିହାରୁ ଲଗାତାର ଏଠାରେ ବିଜେଡି ବିଜୟୀ ହେଉଥିବା ବେଳେ ୨୦୧୪ରେ କଂଗ୍ରେସ ବିଜେଡିକୁ ଗାଦିଚ୍ୟୁତ କରି ନିଜ ଶାସନ ଗାଦିରେ ବସିଥିଲା । କିନ୍ତୁ ୨୦୧୯ ବେଳକୁ ବାଜି ଓଲଟି ଯାଇଥିଲା । ତେବେ ଏଥର କଣ ହେବ ବିଜେଡି ପୁଣି ଥରେ ସରକାରକୁ ଆସିବ ନା ବିଜେପି ନୂଆ ସରକାର ଗଢିବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *