ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତାଦନ

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତାଦନ

ଆସନ୍ତାକାଲି ରାଜ୍ୟରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ମତାଦନ । ଏଥିପାଇଁ ଶନିବାର ପ୍ରଚାର ସରିଥିବାବେଳେ ମତଦାନ ପାଇଁ ଭୋଟର ମାନେ ଉତ୍ସାହିତ ଥିବା ବେଳେ ନେତାମନ୍ତ୍ରୀଙ୍କ ଛାତି ଧଡଧଡ ହେଉଛି । ଏହି ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ଆସିକା ସମେତ ବଲାଙ୍ଗୀର, ସୁନ୍ଦରଗଡ, ବରଗଡ, ଓ କନ୍ଧମାଳ ଲୋକସଭା ଆସନ ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନରେ ଭୋଟ ପଡିବ । ଏହି ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜୁଏଲ ଓରାମ, ନିରଞ୍ଜନ ପୂଜାରୀ. ଦିଲ୍ଲୀପ ରାୟ, ପ୍ରଦୀପ ଅମାତ , ସଙ୍ଗୀତା ସିଂହଦେଓ, ସୁରେଶ ପୁଜାରୀ, ଦିଲ୍ଲୀପ ତିର୍କୀ, ସୁଶାନ୍ତ ସିଂହ, କନକବଦ୍ଧନ ସିଂହଦେଓଙ୍କ ଭଳି ପ୍ରାର୍ଥୀ ରହିଛନ୍ତି । ଆସନ୍ତାକାଲି ଏମାନଙ୍କ ଭାଗ୍ୟ ଇଭିଏମରେ ସିଲ ହେବ ବୋଲି ଜଣାପଡିଛି । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ଭୋଟ ଦେବାକୁ ଯାଉଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *