କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାପୂର୍ବରୁ ଜୋର ଜମୁଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର ମଇଦାନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ନବୀନ ପଟ୍ଟନାୟକ । କେନ୍ଦୁଝରରେ ନବୀନଙ୍କ ପ୍ରଚାର । ଭାଷଣ ଆରମ୍ଭରୁ ଖରାରେ ଆସିଥିବା ଜନତାଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । କହିଲେ. ଆପଣମାନେ ମତେ କୁହନ୍ତୁ ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ବିଏସକେୱାଇ ଭଲ କି ? ଫାଇଭ-ଟି ସ୍କୁଲ ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ବୋଲି ସମବେତ ଜନତାଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ନବୀନଙ୍କ ପ୍ରଶ୍ନ ପରେ ଲୋକଙ୍କ ହଁ ଉତ୍ତରରେ ସଭାସ୍ଥଳ କମ୍ପିଛି । ସେପଟେ ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବେ, ଆପଣମାନେ ଖୁସି ତ ? ବୋଲି କହି ଦଳୀୟ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *