ବିଜେପି ପାଇଁ ପ୍ରଚାର କଲେ ସିନେ ଷ୍ଟାର ଅନୁଭବ

ବିଜେପି ପାଇଁ ପ୍ରଚାର କଲେ ସିନେ ଷ୍ଟାର ଅନୁଭବ

ଓଡିଶା ରେ ୨୦୨୪ ସାଧାରଣ ନିର୍ବାଚନ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 20 ତାରିଖ ରେ ହେବାକୁ ଥିବା ବେଳେ ଶେଷ ଦିନରେ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। ଏହି ପରି ପ୍ରେକ୍ଷୀରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଙ୍କ ପାଇଁ ଷ୍ଟାର ପ୍ରଚାରକ ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ଭଞ୍ଜନଗର ଗସ୍ତରେ ଆସି ପ୍ରଚାର କରିଥିଲେ।ପ୍ରଥମେ ସେ ଆର.ଏମ.ସି ହେଲି ପ୍ୟାଡ଼ ଠାରେ ଦିନ ଚାରିଟାରେ ଅବତରଣ କରିଥିଲେ।ସେଠାରେ ଦଳୀୟ କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ। ତାପରେ ଢୁଢୁଆ ଶିବ ମନ୍ଦିର ଠାରୁ ରୋଡ ସୋ ଆରମ୍ଭ ହୋଇ ଭଞ୍ଜନଗର ସହର ପରିକ୍ରମା କରିଥିଲା। ଏହି ସମୟରେ ଭଞ୍ଜନଗର ଠାରେ ପ୍ରବଳ ବର୍ଷା ହୋଇଥିଲା।ତଥାପି ବର୍ଷାକୁ ଖାତିର ନକରି କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ କମି ନଥିଲା। ପ୍ରଚାର ଶେଷ ଦିନ ହୋଇଥିବାରୁ ସବୁ ଦଳ ନିଜ ନିଜର ପ୍ରଚାର ଜୋର କରିଥିଲେ।ଏହିପରି ସ୍ଥଳେ ନିର୍ବାଚନ ପାଇଁ ପୁଲିଙ୍ଗ ଅଫିସର ମାନଙ୍କୁ ବିଭିନ୍ନ ବୁଥ ରେ ଛାଡିବା ପାଇଁ ଆସିଥିବା ଜାନ ବାହାନ ଗୁଡ଼ିକ ଆସିଥିବାରୁ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। କନ୍ଧମାଳ ଲୋକ ସଭା ଅଧୀନରେ ଥିବା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ କୌଣସି ଷ୍ଟାର ପ୍ରଚାରକ ଆସି ନଥିବା ବେଳେ ବର୍ତ୍ତମାନ ଅନୁଭବଙ୍କ ପ୍ରଚାରରେ ଭୋଟରମାନେ ଆକୃଷ୍ଟ ହୋଇଥିବା ଜଣାପଡିଛି।ଏଥିରେ ବିଜେପିର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *