ବିଜେଡିରେ ମିଳୁନି ଶ୍ରୀମୟୀଙ୍କ ପତ୍ତା !

ବିଜେଡିରେ ମିଳୁନି ଶ୍ରୀମୟୀଙ୍କ ପତ୍ତା !

କୁଆଡେ ଗଲେ ଶ୍ରୀମୟୀ ମିଶ୍ର ? ଏ ପ୍ରଶ୍ନରେ ପୂଣ୍ଣର୍ଚ୍ଛେଦ ପଡିବାର ନାଁ ଧରୁନି । ରାଜ୍ୟରେ ନିର୍ବାଚନର ବିଗୁଲ ବାଜିବାର ୨ ମାସ ବିତିସାରିଲାଣି । ଏପିରିକ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ସହିତ ପ୍ରଥମ ପର୍ଯ୍ୟାୟ ମତଦାନ ମଧ୍ୟ ଅନୁଷ୍ଠିତ ହୋଇସାରିଛି । କିନ୍ତୁ ଏଯାଏଁ ଶ୍ରୀମୟୀଙ୍କର ଦେଖାଦର୍ଶନ ମିଳୁନି । ନା ସେ ଭୁବନେଶ୍ୱରରେ ନଜର ଆସୁଛନ୍ତି ନା ଅନ୍ୟ କେଉଁଠି ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ସବୁବେଳେ ଆକ୍ଟିଭ ରହୁଥିବା ନେତ୍ରୀ ହଠାତ୍ କୁଆଡେ ଉଭାନ୍ ହୋଇଗଲେ ସେନେଇ ଚର୍ଚ୍ଚା ଥମୁନି । ଭୁବନେଶ୍ୱର ଲୋକସଭା ସାଂସଦ ପଦରୁ ନାଁ କଟିବା ପରଠାରୁ ସତେ ଯେପରି ସେ ରାଜନୀତିରୁ ସନ୍ୟାସ ନେଇଯାଇଛନ୍ତି ଏପରି କିଛି ଆଲୋଚନା ସାଧାରଣରେ ମୁଣ୍ଡ ଟେକିଛି । କାରଣ ଗୋଟିଏ ପଦ ପାଇଁ ଦୀର୍ଘ ୬ ମାସ ଧରି ପ୍ରଚାର କରିବା ସହ କାନ୍ଥବାଡରେ ଏଥର ଶ୍ରୀମୟୀ ଅପା ଲେଖିବା ପରେ ବି ତାଙ୍କୁ ସେ ଆସନରେ ପ୍ରାର୍ଥୀ ନକରିବା ଶ୍ରୀମୟୀଙ୍କୁ ବହୁତ କଷ୍ଟ ଦେଇଛି । ଖାଲି ସେତିକି ନୁହେଁ ଭୁବନେଶ୍ୱର ମଧ୍ୟ ଆସନ ପରେ ବି ଅନ୍ୟ କୌଣସି ଆସନରେ ଟିକେଟ ନମିଳିବା ମଧ୍ୟ ଶ୍ରୀମୟୀଙ୍କୁ ବହୁତ୍ ଆଘାତ ଦେଇଛି । କିନ୍ତୁ ଶ୍ରୀମୟୀଙ୍କ ମାନଭଞ୍ଜନ ପାଇଁ ଦଳର ସଭାପତି ତାଙ୍କୁ ଏକ ବଡ ପଦରେ ସ୍ଥାନିତ କରିଥିଲେ । କିନ୍ତୁ ସେଥିରେ ନାଖୁସ୍ ରହି ଦଳ ଠାରୁ ନିଜକୁ ଦୂରେଇ ରଖିବା ସହ ରାଜନୀତିରୁ ମଧ୍ୟ ଦୂରେଇ ଯାଇଥିବା ରାଜନୈତିକ ମହଲରେ ଆଲୋଚନା ଜୋର । ତେବେ ଶ୍ରୀମୟୀ ଦଳରେ ଥିବା ବେଳେ ଅନେକ କାର୍ଯ୍ୟ ତୁଲାଇବା ସହ ସବୁଥିରେ ଆଗରେ ରହୁଥିଲେ । ବିଜେଡି ପାଇଁ ପ୍ରଚାର ପ୍ରସାରକୁ ମଧ୍ୟ ଜୋରଦାର ରଖୁଥିଲେ । କିନ୍ତୁ ହଠାତ୍ ବିଜେଡିର ଜଣେ ଆଗଧାଡିର ନେତ୍ରୀ ଏପରି ଦଳରୁ ନିଶ୍ଚିହ୍ନ ହୋଇଯିବାକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଶ୍ରୀମୟୀ ପୁଣି ଥରେ ବିଜେଡିରେ କେବେ ଦେଖାଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *