ଭୋଟ ଆରମ୍ଭରୁ ଇଭିଏମରେ ତ୍ରୁଟି

ଭୋଟ ଆରମ୍ଭରୁ ଇଭିଏମରେ ତ୍ରୁଟି

ରାଜ୍ୟରେ ଚାଲିଛି ମତଦାନର ପର୍ବ । ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ଚାଲିଥିବା ବେଳେ ଭୋଟ ଦେବା ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । କିନ୍ତୁ ଇଭିଏମ ରେ ତ୍ରୁଟି କାରଣରୁ ବିଭିନ୍ନ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି । ବରଗଡ ଜିଲ୍ଲାର ହାଟପଦାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୯୨ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖାଯାଇଛି। ଫଳରେ ଅଧଘଣ୍ଟା ଧରି ମତଦାନ ପ୍ରକ୍ରିୟା ବନ୍ଦ ରହିଥିଲା। ଇଭିଏମକୁ ଠିକ୍ କରିବା ପରେ ମତଦାନ ଆରମ୍ଭ ହୋଇଥିଲା। ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପିଟଣାପଲ୍ଲୀ ଗାଁ ୬୦ନମ୍ବର ବୁଥ୍ରେ ମତଦାନ ବିଳମ୍ବ ହୋଇଛି।ଫଳରେ ଭୋଟ୍ ଦେବାକୁ ଆସିଥିବା ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *